କରୋନା ଯୁଦ୍ଧରେ ହାରିଗଲେ ଡାକ୍ତର, କୋଭିଡ୍ ହସ୍ପିଟାଲରେ ଥିଲେ କାର୍ଯ୍ୟରତ

କରୋନା ଯୁଦ୍ଧରେ ହାରିଗଲେ ଡାକ୍ତର, କୋଭିଡ୍ ହସ୍ପିଟାଲରେ ଥିଲେ କାର୍ଯ୍ୟରତ

ପୁରୀ ୧୭କରୋନା ଯୁଦ୍ଧରେ ହାରିଗଲେ ପୁରୀ ଆଇଡିଏଚ କୋଭିଡ୍ ହସପିଟାଲ ଇନଚାର୍ଜ ଡାକ୍ତର ସୁଶାନ୍ତ କୁମାର ପଣ୍ଡା ଗୁରୁବାର ଦିନ ତାଙ୍କର କରୋନାରେ ଦେହାନ୍ତ ହୋଇଛି ଗତ କିଛି ଦିନ ତଳେ ସେ କୋଭିଡ୍ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କିନ୍ତୁ କରୋନା ଯୁଦ୍ଧରେ ହାରିଯାଇ ଗୁରୁବାର ତାଙ୍କର ମୃତ୍ୟୁ ହୋଇଛି ତାଙ୍କ ମର ଶରୀରକୁ ପୁରୀ ଅଣାଯିବା ପରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ପରିସରରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡାକ୍ତର କନୱର ବିଶାଳ ସିଂ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ରଙ୍କ ସମେତ ଅନେକ ଡାକ୍ତର, ପାରାମେଡିକାଲ ଷ୍ଟାଫ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ଶେଷ ସମ୍ମାନ ପ୍ରଦାନ କରିଥିଲେ ସ୍ବର୍ଗତ ସୁଶାନ୍ତ ପଣ୍ଡାଙ୍କ ଧର୍ମପତ୍ନୀ, ପୁଅ ଏବଂ ପରିବାର ସ୍ବଜନ ମାନେ ମଧ୍ୟ ଉପସ୍ଥିତ ଥିଲେ ଏକ ଶୋକାକୂଳ ପରିବେଶ ଭିତରେ ସିପସରୁବାଲି ବେଳାଭୂମିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି