ନିୟମିତ ରକ୍ତଦାନ କଲେ ହେବ ନାହିଁ କ୍ୟାନସର ଆଇ ହାର୍ଟ୍‌ ଆଟାକ୍‌

ନିୟମିତ ରକ୍ତଦାନ କଲେ ହେବ ନାହିଁ କ୍ୟାନସର ଆଇ ହାର୍ଟ୍‌ ଆଟାକ୍‌

ନୂଆଦିଲ୍ଲୀ: ବିଶେଷଜ୍ଞମାନେ କହୁଛନ୍ତି ଯେ, ବାରମ୍ବାର ରକ୍ତ ଦେଲେ କ୍ୟାନସର ହେବ ନାହିଁ ବୋଲି ମଧ୍ୟ ମତ ପ୍ରକାଶ ପାଇଛି ରକ୍ତଦାନ କରିବା ଦ୍ୱାରା ଶରୀରର ଓଜନ ହ୍ରାସ ହେବା ସହ ହାର୍ଟ ଆଟାକ୍ଭଳି ରୋଗ ମଧ୍ୟ ହେବାର ଆଶଙ୍କା କମ୍ଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି କେବଳ ଏତିକି ନୁହେଁ ବରଂ ଶରୀରର ସର୍କରା ମଧ୍ୟ ସଠିକ୍ରୁହେ ଅର୍ଥାତ୍ଡାଇବେଷ୍ଟିସ ଭଳି ରୋଗ ମଧ୍ୟ ହେବାର ଆଶଙ୍କା କମ୍ଥାଏ ତେଣୁ ଲୋକଙ୍କ ମାନଙ୍କୁ ବାରମ୍ବାର ରକ୍ତଦାନ କରିବା ଲାଗି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ରକ୍ତଦାନ କରିବା ଦ୍ୱାରା ଆପଣଙ୍କ ହାର୍ଟ ଭଲରହିବ। କେବଳ ଏତିକି ନୁହେଁ ବରଂ ହାର୍ଟ ଷ୍ଟ୍ରୋକ ପରି ରୋଗରୁ ମଧ୍ୟ ଆପଣ ରକ୍ଷା ପାଇ ପାରିବେ। ବିଶେଷଜ୍ଞଙ୍କ ମତରେ ରକ୍ତରେ ଅଧିକ ଆଇରନ୍ ମାତ୍ରା ହାର୍ଟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଆଉ ନିୟମିତ ରକ୍ତଦାନ ଦ୍ୱାରା ରକ୍ତରେ ଆଇରନ୍ ମାତ୍ରା ମଧ୍ୟ ନିୟନ୍ତ୍ରିତ ରହିଥାଏ। ତେଣୁ ହାର୍ଟ ଆଟାକ୍ ଡ଼ର ମଧ୍ୟ କମ୍ ରହିଥାଏ ରକ୍ତଦାନ ପରେ ଆପଣଙ୍କ ଶରୀରରେ ସାଙ୍ଗେ ସାଙ୍ଗେ ରକ୍ତ ସୃଷ୍ଟି ହେବା ଆରମ୍ଭ କରିଯାଏ। ଆଉ ଏହାଦ୍ୱାରା ଶରୀରର ରକ୍ତକୋଷ ଗୁଡ଼ିକ ଅଧିକ ମାତ୍ରାରେ ଲାଲ୍ ରକ୍ତକୋଷ ତିଆର କରିଥାଆନ୍ତି। ଯାହାଦ୍ୱାରା ଆପଣଙ୍କ ଶରୀର ରୋଗ ମୁକ୍ତ ରହିଥାଏ