ରାଜ୍ୟରେ କୋରନା ସ୍ଥିତି ନେଇ ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା

ରାଜ୍ୟରେ କୋରନା ସ୍ଥିତି ନେଇ ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଆଇସିୟୁ ବେଡ଼ ବଢ଼ାଇବା ପାଇଁ ଚେଷ୍ଟା ଚାଲିଛି । ଯେଉଁଠି ପ୍ରାଇଭେଟ ସେକ୍ଟରରେ ଆଇସିୟୁ ଆଛି ତାକୁ ବ୍ୟବହାର କରାଯାଉଛି । ଗ୍ୟାସ ମ୍ୟାନୁଫଲ ସିଷ୍ଟମ ଲାଗି ଆଇସିୟୁ ବେଡ଼ ବଢାଇବା ସମୟ ସାପେକ୍ଷ । ସେଥିପାଇଁ ଆଇସିୟୁ ଜାଗାରେ ଏଚଡ଼ିୟୁ ବେଡ଼ ବଢାଇବା ପାଇଁ ଚେଷ୍ଟା କରୁଛୁ । ସେହିପରି ଅକ୍ସିଜେନେଶନ ବେଡ଼ ବଢାଇବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ ।

ସଂକ୍ରମଣ ଯେଉଁଭଳି ବଢ଼ୁଥିଲା ଏବଂ ଯାହା ପ୍ରେଡିକିସନ ଥିଲା ଆମେ ତାହା ଠୁ ବହୁତ ତଳେ ଏବେ ଅଛେ । ଲୋକ ହିସାବ କରିଥିଲେ ଆମର ଦେଢ଼ ଲକ୍ଷ ପାଖାପାଖି ଆକ୍ଟିଭ କେସ ଆସିବ ବୋଲି ମାତ୍ର ବର୍ତ୍ତମାନ ଆମେ ଲକ୍ଷେ ତଳେ ରହିଛେ । ରାଜ୍ୟରେ ଦୈନିକ ସଂକ୍ରମଣ ବି ନିୟନ୍ତ୍ରଣାଧୀନ ରହିଛି । ଆମ ରାଜ୍ୟ ଅନ୍ୟ ରାଜ୍ୟ ଭଳି ଅତ୍ୟଧିକ ଭୟଙ୍କର ସ୍ଥିତିକୁ ଯାଇନି । ଯାହା ଯାହା ସରକାର ପଦକ୍ଷେପ ନେଇଛନ୍ତି ଏବଂ ଯେଉଁ ଷ୍ଟ୍ରାଟେଜିରେ କାର୍ଯ୍ୟ ଚାଲିଛି ସେଥିରୁ କିଛି ପରିମାଣରେ ଫଳ ମିଳୁଥିବାର ଜଣାପଡୁଛି । ତଥାପି ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

ଟେଷ୍ଟିଂକୁ ଆମେ ବଢ଼ାଉଛୁ । ଗତକାଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଆରଟିପିସିଆର ଟେଷ୍ଟ ଲାବ୍ରୋଟୋରି ପ୍ରସ୍ତୁତ କରାଯିବ । ତେଣୁ ଆମର ଟେଷ୍ଟିଂ କାପାସିଟ ବଢ଼ୁଛି । ଆମେ ଟାର୍ଗେଟଟେଡ଼ ସାମ୍ପଲିଙ୍ଗ କରୁଛୁ । ଯାହାର ଆବଶ୍ୟକ ତାହାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛୁ । ଜାତୀୟ ହାର ଠୁ ଆମର ଭଲ ସ୍ଥିତି ଅଛି । ମାତ୍ର ଆମ ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ଲକଡ଼ାଉନର ପ୍ରଭାବ ନିଶ୍ଚିତ ପଡିବ ମ

ବ୍ଲାକ ଫଙ୍ଗସ କିଛି ନୂଆ ରୋଗ ନୁହେଁ । ଏହା ପୂର୍ବରୁ ବି ଥିଲା । ଆମର ବର୍ତ୍ତମାନ ଦେଖିବାର ଅଛି କି କୋଭିଡ ପେସେଣ୍ଟ, ଆଇସିୟୁ ଭଳି ସ୍ଥାନରେ ଦେଖାଯାଉଛି କି ନାହିଁ । ବ୍ଲାକ ଫଙ୍ଗସ କିଛି ଆସିଛି କିନ୍ତୁ ତାକୁ କୋଭିଡ ରୋଗୀକୁ ଟ୍ରିଟେମେଣ୍ଟ ସମୟରେ ହୋଇଥିବା ସେପରି କିଛି ସ୍ଥିତି ନାହିଁ । ଯେଉଁ ହସ୍ପିଟାଲରେ କିଛି ଏପରି କେସ ଦେଖାଯାଇଛି ସେ ହସ୍ପିଟାଲ ସହ ଆମେ ଯୋଗାଯୋଗରେ ରହିଛୁ ।

ତୃତୀୟ ଲହର ସ୍ପେକୁଲେସନ ମାତ୍ର ଆମକୁ ସତର୍କ ରହି ଟ୍ରାନସମିସନ ଚେନ ବ୍ରେକ କରିବାକୁ ହେବ । ପ୍ରାଇଭେଟ ହସ୍ପିଟାଲ ଗୁଡିକୁ ଆମେ ତର୍ଜମା କରୁଛୁ । ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ ସହ ଆଲୋଚନା ଚାଲିଛି । ସମ୍ପୂର୍ଣ୍ଣ ଭାବେ ଆମେ ତାଙ୍କ ଉପରେ ଦୃଷ୍ଟି ରଖିଛୁ ।