ପୁଣି ଆରମ୍ଭ ହେବ ଡ୍ରାଇଭିଂ ଲାଇସେନସ୍ ପାଇଁ ଟେଷ୍ଟ

ପୁଣି ଆରମ୍ଭ ହେବ ଡ୍ରାଇଭିଂ ଲାଇସେନସ୍ ପାଇଁ ଟେଷ୍ଟ

ପୁଣି ଆରମ୍ଭ ହେବ ଡ୍ରାଇଭିଂ ଲାଇସେନସ୍ ପାଇଁ ଟେଷ୍ଟ । ଦୁଇ ତିନି ଦିନ ମଧ୍ୟରେ ପୁରୁଣା ଆବେଦନକାରୀଙ୍କ ଟେଷ୍ଟ ଆରମ୍ଭ କରିବାକୁ ପରିବହନ କମିଶନରଙ୍କୁ ପତ୍ର ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ । ଲକଡାଉନ ଓ ସଟଡାଉନ ପାଇଁ ଟେଷ୍ଟ ଦେଇ ପାରି ନଥିବା ଆବେଦନକାରୀଙ୍କୁ ଏହି ସୁଯୋଗ ଦେବାକୁ ଆରଟିଓ ଅଧିକାରୀଙ୍କ ଅବଗତ କରିଛି ବିଭାଗ । ଲକଡାଉନ, ଜନତା କର୍ଫ୍ୟୁ, ସଟଡାଉନ । କରୋନାର ଏପରି କଟକଣା ପାଇଁ ବନ୍ଦ ହୋଇଥିଲା ଲର୍ଣ୍ଣିଂ ଓ ଡ୍ରାଇଭିଂ ଲାଇସେନସ୍ ଟେଷ୍ଟ । ମାର୍ଚ୍ଚ ୧୯ ତାରିଖରୁ ଟେଷ୍ଟ ଦେବାକୁ ଅନେଇ ବସିଛନ୍ତି ଆବେଦନକାରୀ । କାରଣ ଏହି ତାରିଖରୁ ସ୍ଲଟ ପାଇଥିବା ଲୋକମାନେ କରୋନା ପାଇଁ ଟେଷ୍ଟ ଦେଇ ପାରିନଥିଲେ । ବନ୍ଦ ରହିଥିଲା ଅନଲାଇସନ୍ ସ୍ଲଟ ବୁକିଂ । ପାଖାପାଖି ମାର୍ଚ୍ଚ ଶେଷ ସ୍ଲଟ ମିଳିଥିଲେ ସୁଦ୍ଧା ଟେଷ୍ଟ ହୋଇ ପାରି ନଥିଲା । ୬ ମାସ ତଳୁ ସ୍ଲଟ ପାଇ ଅପେକ୍ଷା କରିଥିବା ଆବେଦନକାରୀଙ୍କ ଡ୍ରାଇଭିଂ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି ପରିହବନ ବିଭାଗ । ହେଲେ ଏହା କୋଭିଡ ନିୟମକୁ ପାଳନ କରି କରାଯିବ । ଦୈନିକ ୨୦ ଜଣ ଆବେଦନକାରୀ ଟେଷ୍ଟ ଦେଇ ପାରିବେ । ଅନଲାଇନରେ ପଞ୍ଜୀକୃତ ମୋବାଇଲ ଫୋନ ନମ୍ବରରେ ସେମାନଙ୍କୁ ଟେଷ୍ଟ ପାଇଁ ଧାର୍ଯ୍ୟ ତାରିଖର ମେସେଜ୍ ଆସିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ପୂର୍ବରୁ ଦୈନିକ ୧୦୦୦ ପାଖାପାଖି ଲାଇସେନସର କାମ ସରୁଥିଲା । ୫୫୦ ଡ୍ରାଇଭିଂ ଓ ଅବଶିଷ୍ଟ ଲର୍ଣ୍ଣିଂ ଲାଇସେନସ୍ ମିଳୁଥିଲା । ଏଣିକି ଦୈନିକ ୨୦ଟି ଟେଷ୍ଟ ହେଲେ ଟେଷ୍ଟିଂ ସମୟ ବୃଦ୍ଧି କରାଯାଇ ପାରେ । ନୂଆ ଆବେଦନ ବନ୍ଦ ରହିଛି । ହେଲେ କୋଭିଡ କଟକଣା ଭିତରେ ଲାଇସେନସ୍ ନବୀକରଣ କାମ ହିଁ ଚାଲିଛି । ଅନଲାଇନ୍ ନବୀକରଣ କରି କାଗଜପତ୍ର ଆରଟିଓରେ ଦାଖଲ ହେଉଛି।