କରୋନାରେ କଳାକାର ବାସୁଦେବ ମିଶ୍ରଙ୍କ ଦେହାନ୍ତ : ଭୟରେ କାନ୍ଧ ଦେଲେନି ସାହିପଡିସା, ଶବ ସତ୍କାର କଲେ ସରପଞ୍ଚ ଓ ବିଡିଓ

କରୋନାରେ କଳାକାର ବାସୁଦେବ ମିଶ୍ରଙ୍କ ଦେହାନ୍ତ : ଭୟରେ କାନ୍ଧ ଦେଲେନି ସାହିପଡିସା, ଶବ ସତ୍କାର କଲେ ସରପଞ୍ଚ ଓ ବିଡିଓ

ଭଦ୍ରକ ୧୭: ବଡତିରଣ ଗ୍ରାମରେ ବର୍ଷୀୟାନ କଳାକାର ଭାବେ ଜଣାଶୁଣା ବାସୁଦେବ ମିଶ୍ର କରୋନାରେ ଆକ୍ରାନ୍ତ ହୋଇ ଗୃହ ସଙ୍ଗରୋଧରେ ରହିଥିଲେ। ଏଭଳି ସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା  କରୋନା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଶେଷ ସମୟରେ ଶବ ଛୁଇଁଲେନାହିଁ ସାହିପଡିସା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତ ବଡ଼ ତିରଣ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୂଚନାଯୋଗ୍ୟ ଯେ, ତାଙ୍କ ପରିବାରର ଅନେକ ଲୋକ ମଧ୍ୟ ଥଣ୍ଡା ଜ୍ଵରରେ ଅସୁସ୍ଥ ଥିଲେ ତାଙ୍କ ପୁଅ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ୍ କେୟାର ହସ୍ପିଟାଲରେ ଚିକିତ୍ସିତ ହୋଇ ଏବେ ଘରକୁ ଫେରିଛନ୍ତି। ଏହି ପରିସ୍ଥିତିରେ ବାସୁଦେବଙ୍କର କରୋନାରେ ମୃତ୍ୟୁ ହୋଇଥିଲା।  ତାଙ୍କ ମୃତ ଶରୀର ନିକଟକୁ ଭୟରେ ସାହିପଡିସା ଆସିନଥିଲେ ଗାଁ ଦାଣ୍ଡରେ ମରଶରୀର ବହୁ ସମୟ ଧରି ପଡ଼ି ରହିଥିଲା। ଏହି ଖବର ଧାମନଗର ବିଡ଼ିଓ  ଜାଣିବା ପରେ ତୁରନ୍ତ ଘଟଣାସ୍ଥଳକୁ ଆସିଥିଲେ।  ଧାମନଗର ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ନଦୀଗାଁ ସରପଞ୍ଚ ମନୋଜ କୁମାର ରାୟ ମହାପାତ୍ରଙ୍କ ସମେତ ସ୍ବାସ୍ଥ୍ୟକର୍ମୀମାନେ ପହଞ୍ଚି ମରଶରୀରକୁ କାନ୍ଧ ଦେଇଥିଲେ। ସମସ୍ତେ ପିପିଇ କିଟ୍ ପିନ୍ଧି ଶବ ସତ୍କାର କରିଥିବା ଜଣାପଡିଛି