ଚାଲିଛି ଶାରଦୀୟ ପୁଜାର ମାହୋଲ

ଚାଲିଛି ଶାରଦୀୟ ପୁଜାର ମାହୋଲ

ଭୁବନେଶ୍ୱର:  ମୁଳାଷ୍ଟମୀ ଠାରୁ ପୀଠରେ ପୁଜା ଆରମ୍ଭ ହୋଇଥିବା ବେଳେ ମଳମାସ ଯୋଗିୁଁ 45 ଦିନ ଧରି କରାଯାଉଛି ମାଙ୍କର ଷୋଡଶଦିନାତ୍ମକ ପୁଜାର୍ଚ୍ଚନା । ସେପଟେ ପ୍ରଶାସନର କୋଭିଡ କଟକଣା ଅନୁସାରେ ମୁର୍ତିର ଆକାରକୁ ନେଇ ଅନେକ ବାଦ ବିବାଦ ରହିଥିବା ବେଳେ ଶ୍ରୀକ୍ଷେତ୍ରରେ ବିଭିନ୍ନ ପୀଠମାନଙ୍କର ମୁର୍ତିର ଉଚ୍ଚତା ପୂର୍ବଭଳି ରହିଛି । ଆଉ ଗୋଷାଣୀ ପ୍ରତିମାଙ୍କର ନିର୍ମାଣ ଆଗେଇ ଚାଲିଛି । ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ମା ବିମଳାଙ୍କ ପୀଠରେ ଷୋଡଶଦିନାତ୍ମକ ପୁଜା ବିଧି ଅନୁଯାୟୀ ଗୋଷାଣୀ ପୁଜା ସହ ଅନ୍ୟ ପୀଠମାନଙ୍କରେ ମଧ୍ୟ ସେହି ରିତୀନୀତିରେ ପୁଜା କରାଯାଉଛି । ଅକ୍ଚୋବର ୨୧ରେ ଷଷ୍ଠୀ ପୁଜା ଥିବା ବେଳେ ଅକ୍ଟୋବର ୨୫ରେ ଦଶହରା ପାଳନ କରାଯିବାର ନୀତି ନିର୍ଘଣ୍ଟ ହୋଇଛି । ସେପଟେ ମୁଳାଷ୍ଟମୀ ଠାରୁ ପୀଠମାନଙ୍କରେ ଗଜପତିଙ୍କ ଦ୍ୱାରା ବରଣ ବ୍ରାହ୍ଣଣମାନଙ୍କ ଦ୍ୱାରା ଚାଲିଛି ପୁଜାର୍ଚ୍ଚନା । କରୋନା କଟକଣାକୁ ନେଇ ପୁଜାମଣ୍ଡପ ହେଉ କି ପୀଠ ସବୁଠି ବିନା ଭକ୍ତରେ ଓ କଟକଣା ଭିତ୍ତିରେ ହେଉଛି ଚଳିତ ବର୍ଷର ଶାରଦୀୟ ପୁଜା । ସେପଟେ ଶ୍ରୀମନ୍ଦିର ପରମ୍ପରା ସହ ଜଡିତ ଗୋଷାଣୀ ମୁର୍ତି ଗୁଡିକ ସେହି ଉଚ୍ଚତାରେ ରହିବେ ବୋଲି କୋର୍ଟ କହିଛନ୍ତି ।

ମୁଳାଷ୍ଟମୀରୁ ଚାଲିଛି ଶାରଦୀୟ ପୁଜା । ସେପଟେ ଶ୍ରୀକ୍ଷେତ୍ରରେ ଷୋଡଶଦିନାତ୍ମକ ପୁଜା ସ୍ୱତନ୍ତ୍ର ଭାବେ ପାଳନ କରାଯାଉଛି । ଶକ୍ତି ସହ ଶାକ୍ତ ଅର୍ଥାତ ଦୁର୍ଗା ସହ ମାଧବଙ୍କର ଉପାସନା କରାଯିବାର ପରମ୍ପରା ରହିଛି । ସେଥିପାଇଁ ପୀଠମାନଙ୍କରେ ମାଙ୍କର ଏବେ ପୁଜାର୍ଚ୍ଚନା ଚାଲିଥିବା ବେଳେ ସେପଟେ ଶ୍ରୀମନ୍ଦିର ପରମ୍ପରା ସହ ଜଡିତ ଗୋଷାଣୀଙ୍କର ପୁଜା ପାଇଁ ଚାଲିଛି ପ୍ରସ୍ତୁତି । ଷଠିଦଶୀରୁ କିଳା ପୁଜା ଆରମ୍ଭ ହୋଇ ଏବେ ଚାଲିଛି ମୃଣ୍ମୟ ମୁର୍ତି ନିର୍ମାଣ । ଅକ୍ଚୋବର ୨୧ରେ ଷଷ୍ଠୀରୁ ଗୋଷାଣୀଙ୍କୁ ଆବାହନ କରାଯାଇ ପୁଜାର୍ଚ୍ଚନା ଆରମ୍ଭ କରାଯାଏ । ତା ପରେ ତ୍ରିଦିନାତ୍ମକ ପୁଜାରେ ଗୋଷାଣୀ ମାଙ୍କର ବିଭିନ୍ନ ପୁଜା ବିଦ୍ଧି ରହିଛି । ହେଲେ ସେମାନଙ୍କୁ ବନଯାଗ ବିଦ୍ଧିରେ ପୁଜା କରାଯିବ । ସେପଟେ ବାମାୟନ ପଦ୍ଦତିରେ ପୁଜାର୍ଚ୍ଚନା ଗୋଷାଣୀ ମାଙ୍କର ପୁଜା ହେବାର ବ୍ୟବସ୍ଥା ରହିଥିବା ବେଳେ ପୀଠମାନଙ୍କରେ ଦକ୍ଷିଣାୟନ ପଦ୍ଧତିରେ ପୁଜାର୍ଚ୍ଚନା କରାଯାଉଛି । ପୁରୀର ସାତସାହିର ୨୯ଟି ମଣ୍ଡପରେ ଗୋଷାଣୀ ମୁର୍ତି ନିର୍ମାଣ ଜୋରସୋରରେ ଚାଲିଛି । ସେପଟେ ଗୋଷାଣୀଙ୍କର ମା କାକୁଡିଖାଇଙ୍କୁ ଆଖ୍ୟା ଦିଆଯାଇଥିବା ବେଳେ ଗୋଷାଣୀଙ୍କର ମା ମଧ୍ୟ କୁହାଯାଏ । ତା ପରେ ବାରବାଟୀ ୧୧ ହାତର ମୁର୍ତି , ତା ତଳକୁ ଜହ୍ନିଖାଇ ୧୦ ହାତରୁ ଅଧିକ , ତା ପରେ ବେଲବାଇ , ଏହିଭଳି ୧୦ ହାତର ଗୋଷାଣୀ ମୁର୍ତି ପୁଜାର ପରମ୍ପରା କାହିଁ କେଉଁ ଅନାଦି କାଳରୁ ରହିଆସିଛି । ତା ସହ ନାଗା ମୁର୍ତି ମଧ୍ୟ ସେହି ଉଚ୍ଚତାରେ ପୁଜାର୍ଚ୍ଚନ କରାଯିବ । ଏ ନେଇ ପୀଠ ଓ ପୁଜାମଣ୍ଡପ ମାନଙ୍କରେ କଟକଣା ଭିତ୍ତିରେ ପୁଜା କରାଯିବ ବୋଲି କହିଛନ୍ତି ମଣ୍ଡପ ଓ ପୀଠର କର୍ମକର୍ତା

କୋଭିଡ କଟକଣାକୁ ନେଇ ସମସ୍ତ ପୁଜା ମଣ୍ଡପ ଓ ପୀଠମାନଙ୍କରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଛି । ତା ସହିତ କେବଳ ପୀଠରେ ସେମାନଙ୍କର ଦୁଇ ଜଣ ସଦସ୍ୟଙ୍କ ଛଡା ଆଉ କେହି ଗହଳି କରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଅକ୍ଟୋବର ୧୧ରେ ଜିଲ୍ଲା ପ୍ରଶାସନ ସହ ବୈଠକରେ ମଣ୍ଡପର କର୍ମକର୍ତାଙ୍କୁ ଏ ନେଇ ଅବଗତ କରାଯାଇଛି । ତା ସହିତ କେବଳ ସହରାଂଚଳ ନୁହେଁ ଗ୍ରାମାଂଚଳ ରେ ମଧ୍ୟ କୋଭିଡ କଟକଣା ଅନୁପାଳନ ପାଇଁ ନିକଟସ୍ଥ ଥାନା ଓ ତହସିଲଦାରଙ୍କୁ ନଜର ରଖିବା ପାଇଁ କୁହାଯାଇଛି । ଗୋଷାଣୀ ବିସର୍ଜନ ବେଳେ ଗୋଷାଣୀ ମେଳଣ ବା ଭସାଣୀ ଉତ୍ସବ ଏଥର ହେବ ନାହିଁ । କେବଳ ବିସର୍ଜନ ବେଳେ ସେମାନେ ନେଇ ବିସର୍ଜନ କରିବେ କୌଣସି ଆଡମ୍ବରପୁର୍ଣ୍ଣ ଶୋଭାଯାତ୍ରା ହେବ ନାହିଁ ବୋଲି ଅବଗତ କରାଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଶ୍ରୀକ୍ଷେତ୍ରର ହଜାର ହଜାର ବର୍ଷର ପରମ୍ପରା ହେଉଛି ଗୋଷାଣୀ ଯାତ୍ରା । ଆଉ ସବୁଆଡେ ଦୁର୍ଗାଙ୍କ ପୁଜା କରାଯାଉଥିବା ବେଳେ ଏଠି ଶକ୍ତିଙ୍କର ଆବାହନ ଭାବେ ଗୋଷାଣୀଙ୍କର ଆବାହନ କରାଯାଇଥାଏ । ତେଣୁ ବିନା ଭକ୍ତରେ କୋଭିଡ କଟକଣାରେ ଏଥର ଶାରଦୀୟ ପୁଜା କରାଯିବା ନେଇ ସମସ୍ତ ମଣ୍ଡପ କର୍ମକର୍ତା ସହମତି ପ୍ରକାଶ କରିଛନ୍ତି।