ହିମାଚଳ ପ୍ରଦେଶରେ ଭୂକଂପ

ହିମାଚଳ ପ୍ରଦେଶରେ ଭୂକଂପ ଝଟକା। ଚମ୍ବାରୁ ମନାଲୀ ଯାଏଁ ଥରିଲା ମାଟି। ରାତିରେ ବାହାରି ଆସିଲେ ଆତଙ୍କିତ ଲୋକେ । ଗତରାତି ପ୍ରାୟ ସାଢ଼େ ୯ଟା ବେଳେ ଭୂକଂପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫ ଦଶମିକ ୩ ବୋଲି ଦର୍ଶାଇଲା ନ୍ୟାସନାଲ୍ ସେଣ୍ଟର ଫର୍ ସେସ୍ମୋଲୋଜି। ଚମ୍ବାରେ ମାଟିଠୁ ୧୦ କିଲୋମିଟର ତଳେ ଏହାର କେନ୍ଦ୍ରସ୍ଥଳ ଥିଲା । ତେବେ ଭୂମିକଂପ ଯୋଗୁଁ କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ ।