ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ପୂର୍ବତଟ ରେଳପଥ କର୍ମଚାରୀମାନେ ସତ୍ୟନିଷ୍ଠା ପାଇଁ ଶପଥ ନେଲେ

ସତର୍କତା ସଚେତନତା ସପ୍ତାହ ପାଳନ ଅବସରରେ ପୂର୍ବତଟ ରେଳପଥ କର୍ମଚାରୀମାନେ ସତ୍ୟନିଷ୍ଠା ପାଇଁ ଶପଥ ନେଲେ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ସତର୍କତା ସଚେତନତା ସପ୍ତାହ-୨୦୨୦ପାଳନ ଅବସରରେ ଏହାର ମୁଖ୍ୟାଳୟ ରେଳସଦନ ଠାରେ ଆଜି ପୂର୍ବାହ୍ନରେ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ଓ ଅଧିକାରୀମାନଙ୍କୁ ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତି ପାଇଁ ସମସ୍ତ କ୍ଷେତ୍ରରେ ସତ୍ୟନିଷ୍ଠା ଓ ସ୍ୱଚ୍ଛତା ଆଣିବାକୁ ଭରଚୁଆଲ ମାଧ୍ୟମରେ ଶପଥ ପାଠ କରାଇଥିଲେ I

ଆଜି ଠାରୁ ଆରମ୍ଭ ହୋଇଥିବା ଅର୍ଥାତ୍ ୨ ଅକ୍ଟୋବର, ୨୦୨୦ ଠାରୁ ଆରମ୍ଭ ହୋଇଥିବା ସତର୍କତା ସଚେତନତା ସପ୍ତାହ ୦୨ ନଭେମ୍ବର୨୦୨୦ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟ ମଧ୍ୟରେ ସାଧାରଣ ଜନତା ତଥା ରେଳ ବ୍ୟବହାରକାରୀଙ୍କୁ ସଚେତନ କରାଇବା ପାଇଁ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଭର୍ଚୁଆଲ୍ ମାଧ୍ୟମରେ ସେମିନାରଗୁଡିକ ଆୟୋଜିତ କରାଯାଉଅଛି | ରେଳ କର୍ମଚାରୀ ତଥା ରେଳ ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବ୍ୟାନର, ପୋଷ୍ଟର ଇତ୍ୟାଦି ପ୍ରଦର୍ଶିତ ହୋଇଛି |

ଶପଥ ଗ୍ରହଣ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏବଂ ସମସ୍ତ ବିଭାଗର ପ୍ରମୁଖ ଅଧିକାରୀ ମାନେ ଯୋଗଦେଇଥିବାବେଳେ ଅନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ସ୍ଥାନରେ ଅଖଣ୍ଡତା ପାଇଁ ଶପଥ ନେଇଛନ୍ତି | ରେଳପଥର ମୁଖ୍ୟ ସତର୍କତା ଅଧିକାରୀ ତଥା ବରିଷ୍ଠ ଉପ ମହାପ୍ରବନ୍ଧକ ଶ୍ରୀ ହେମନ୍ତ କୁମାର ଦତ୍ତ ଏହି ଶପଥ ଗ୍ରହଣ ସମାରୋହକୁ ସଂଯୋଜନା କରିଥିଲେ |