ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ

ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ

ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଫଳାଫଳ । ଯୁକ୍ତ ୨ କଳା ସହ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ପୂର୍ବ ସୂଚନା ଅନୁସାରେ – ଅଗଷ୍ଟ ଶେଷ ସପ୍ତାହ​‌ରେ ପରୀକ୍ଷା ଫଳ ବାହାରିବା ନେଇ ଘୋଷଣା​‌ କରାଯାଇଥିଲା। କିନ୍ତୁ ସିଏଚ୍ଏସିର ଦୁଇ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାରୁ ରେଜଲ୍ଟ ବାହାରିବାରେ ବିଳମ୍ବ ହେଉଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।