ସିଲିଣ୍ଡର ବିସ୍ଫୋରଣ ପରେ ଘର ଭୁଷୁଡି ୪ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ

ସିଲିଣ୍ଡର ବିସ୍ଫୋରଣ ପରେ ଘର ଭୁଷୁଡି ୪ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: : ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ପରେ ୨ଟି ଘର ଭୁଷୁଡି ଜଣଙ୍କର ମୃତ୍ୟୁ ଘଟିଛି ମୃତକଙ୍କ ମଧ୍ୟରେ ଦୁଇ ପୁରୁଷ, ଦୁଇ ମହିଳା ଜଣ ଶିଶୁ ରହିଥିବା ଜଣାପଡ଼ିଛି ଆଜି ସକାଳୁ ଘଟିଥିବା ଏହି ଦୁର୍ଘଟଣାରେ ଜଣ ଲୋକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯିବା ସହ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି ସୂଚନା ଅନୁଯାୟୀ, ବିସ୍ଫୋରଣରେ ଦୁଇଟି କୋଠା ଘର ଭୁଶୁଡ଼ି ପଡ଼ିଥିଲା ଫଳରେ ୧୨ରୁ ଅଧିକ ଲୋକ କୋଠା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ନିଶାର ଅହମ୍ମଦ (୩୫), ଶାମଶାଦ (୨୮), ସାଇକିନ ନିଶା (୩୫), ରୁବିନା ବାନୋ (୩୨), ମହମ୍ମଦ ଶୋଏବ (), ମେରାଜ (୧୧), ନୁରୀ ସବା (୧୨), ଶାହଜାନ ଅହମ୍ମଦ (୧୪) ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଚ୍ଚାଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି