ଆସୁଛନ୍ତି ଏଲନ୍

ଳିତ ମାସ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିପାରନ୍ତି ଟେସଲା ଓ ସ୍ପେଶ ଏକ୍ସ ମୁଖ୍ୟ ଏଲନ୍ ମସ୍କ। ଦେଶରେ ଟେସଲାର ନୂଆ ଫ୍ୟାକ୍ଟ୍ରି ପ୍ରତିଷ୍ଠା ଓ ପୁଞ୍ଜିନିବେଶ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରହିଛି ଆଲୋଚନା କାର୍ଯ୍ୟକ୍ରମ । ଖୁବଶୀଘ୍ର ଭାରତୀୟ ବଜାରରେ ଚର୍ଚ୍ଚିତ ବିଦ୍ୟୁତ ଚାଳିତ ଗାଡ଼ି ଟେସଲାର ପ୍ରବେଶ ହୋଇପାରେ ବୋଲି କରାଯାଉଛି। ଦେଶରେ ୨ ଶହ କୋଟିରୁ ୩ଶହ କୋଟି ଡଲାର୍ ନିବେଶ କରିପାରନ୍ତି ମସ୍କ । ଏହି ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିପାରନ୍ତି ମସ୍କ। ଭାରତକୁ ବିଶ୍ୱସ୍ତରର ଇଭି ମାନୁଫାକ୍ଚରିଂ ହବ୍ କରିବା ପାଇଁ ଗତ ମାର୍ଚ୍ଚରେ ଇଭି ପଲିସି ଆଣିଛନ୍ତି କେନ୍ଦ୍ର ସରକାର।