ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ୭୨ ବର୍ଷ ବୟସରେ ଜଟଣୀସ୍ଥିତ ଘରେ ପରଲୋକ ପରଲୋକ ନେଇ ପତ୍ନୀ ପ୍ରତିମା ମଂଜରୀ ମିଶ୍ରଙ୍କ ସୂଚନା । ବ୍ୟାଙ୍କରୁ ଫେରି ଘରେ ବସିଥିବା ବେଳେ ହୃଦଘାତରେ ଟଳି ପଡ଼ିଲେ ରାଜୁ ମିଶ୍ର । ଅନେକ ଓଡିଆ ହିଟ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାଜୁ ମିଶ୍ର । ତେବେ ସେ ଅନେକ ସୁପର ହିଟ୍ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶନା ଦେଇଛନ୍ତି । ମମତା ମାଗେ ମୂଲ, ପୁଅ ମୋର କଳା ଠାକୁର, ସତ ମିଛ, ଉଲକା, ସାଗର ଗଙ୍ଗା, ପଥର ଖସୁଛି ବଡ ଦେଉଳୁ ଇତ୍ୟାଦିର ନିର୍ଦ୍ଦେଶନା ଦେଇଛନ୍ତି । ଜୟଦେବ ସମ୍ମାନ ସହ ଅନେକ ପୁରସ୍କାର ମଧ୍ୟ ଲାଭ କରିଥିଲେ ରାଜୁ ।