ଆହୁରି ସହଜ ହେଲା EPFO କ୍ଲେମ୍‌

EPFO ଆଣିଲା ଖୁସି ଖବର । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଏହାର ୨୭.୭୪ କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଆଣିଲା ଖୁସି ଖବର। ଏଣିକି EPFO ରୁ ଟଙ୍କା କାଢ଼ିବା ହେବ ଅତି ସହଜ । ଇପିଏଫଓ ଅଟୋ କ୍ଲେମ୍ ବ୍ୟବସ୍ଥାକୁ ବିସ୍ତାର କରିଛି। ପୂର୍ବରୁ ଅସୁସ୍ଥତା ପାଇଁ ଅଗ୍ରୀମ ରାଶି ଉଦ୍ଦେଶ୍ୟରେ ଅଟୋ କ୍ଲେମ୍ ସୁବିଧା ପ୍ରବର୍ତ୍ତନ କରାଯାଇଥିଲା । ବର୍ତ୍ତମାନ ଶିକ୍ଷା, ବିବାହ ଏବଂ ଗୃହ ଉଦ୍ଦେଶ୍ୟ ପାଇଁ ଅଗ୍ରୀମ ପରିମାଣର ଦାବିଗୁଡିକର ଅଟୋ-ମୋଡ୍ ସମାଧାନ ମଧ୍ୟ ଆରମ୍ଭ ହୋଇଛି । ଇପିଏଫଓ ‘ଇଜି ଅଫ୍ ଲିଭିଂ’ ଅଧୀନରେ ଅଟୋ-ମୋଡ୍ ସେବାକୁ ବିସ୍ତାର କରାଯାଇଛି । ଇପିଏଫଓ ଅନୁଯାୟୀ, ଏହି ନୂତନ ସେବା ସମ୍ପ୍ରସାରଣ ଲକ୍ଷ ଲକ୍ଷ ସଦସ୍ୟଙ୍କୁ ଉପକୃତ କରିବ।