ସମସ୍ୟାରେ ପକାଉଛି ଏସପ୍ଲାନେଡ୍

ସମସ୍ୟାରେ ପକାଉଛି ଏସପ୍ଲାନେଡ୍

ଭୁବନେଶ୍ୱର: ଘଣ୍ଟାଏ ବର୍ଷାରେ ବୁଡିଲା ଏସ୍ପ୍ଲାନେଡ୍ ସାମ୍ନା ରାସ୍ତା । ଲଘୁଚାପ ଜନିତ ବର୍ଷା ସାରା ରାଜ୍ୟରେ ଏବେ ଲାଗି ରହିଛି । ଏହାର ପ୍ରଭାବରେ ରାଜଧାନୀରେ ଗତ କାଲି ଠାରୁ ତୁହାକୁ ତୁହା ବଡ ବର୍ଷା ହେଉଛି । ତେବେ ରାଜଧାନୀର ସବୁ ଠାରୁ ବଡ ସପିଂ କମ୍ପେକ୍ଲେସ୍ ଏସପ୍ଲାନେଡ୍ ଆଗରେ ଆଣ୍ଠୁଏ ଉଚ୍ଚର ପାଣି ଜମି ସ୍ଥାନୀୟ ବାସିନ୍ଦା ତଥା ରାସ୍ତାରେ ଯାଇସ କରୁଥିବା ଲୋକଙ୍କୁ ଅନେକ ସମସ୍ୟାର ପକାଉଛି । ଯେବେ ଠାରୁ ଏଠାରେ ମଲ୍ ଖୋଲିଛି, ସେବେ ଠାରୁ ସବୁ ବେଳେ କିଛି ନା କିଛି ସମସ୍ୟା ସୃଷ୍ଟି ହେଉଛି । ବିଶେଷ କରି ଟ୍ରାଫିକ୍ ଜାମ ଅନେକ ସମସ୍ୟା ସୃଷ୍ଟି କରୁଛି ।

ମଲ ଆଗରେ ଡ୍ରେନେଜ୍ ସିଷ୍ଟମ ଠିକ୍ ନ ଥିବାରୁ ଏଠାରେ ପ୍ରତି ବର୍ଷା ପରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଛି । ରସୁଲଗଡ ଶିଳ୍ପାଞ୍ଚଳ, ବମିଖାଲ ଗ୍ରାମ ସମେତ ଏନଚ ୧୬ ଓ କଟକ ପୁରୀ ଭଳି ଗୁରୁତ୍ବ ପୂର୍ଣ୍ଣ ରାସ୍ତାକୁ ସଂଯୋଗ କରୁଥିବା ଏହି ରାସ୍ତାରେ ପାଣି ଜମିବା ଫଳରେ ପ୍ରାୟ ୨ ଘଣ୍ଟା ଧରି ଟ୍ରାଫିକ୍ ଜାମ ସୃଷ୍ଟି ହେଉଛି । ଗାଡି ମଟର ଯା ଆସ ଦୁରର କଥା, ଚାଲି କରି ଯିବା ସମ୍ଭବ ହେଉ ନାହିଁ । ଆଗକୁ ଏଠାରେ ଡ୍ରେନଜ୍ ବ୍ୟବସ୍ଥା ନ କଲେ ସ୍ଥାନୀୟ ଲୋକେ ରାସ୍ତା ରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।