ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଲା ଜାମିନ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱତନ୍ତ୍ର ଦିଲ୍ଲୀ ସିବିଆଇ କୋର୍ଟ ଦ୍ୱାରା ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ ଜାମିନ ପ୍ରଦାନ କରିଛନ୍ତି । ଏଥିସହିତ ଅନ୍ୟ ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଜାମିନ୍ ମିଳିଛି। ଜଣେ ଜାମିନଦାର୍ ଏବଂ ୧ ଲକ୍ଷ ଟଙ୍କାର ବେଲବଣ୍ଡ୍‌ ଆଧାରରେ ସେମାନଙ୍କୁ ଜାମିନ୍ ମିଳିଥିବା ସୂଚନା ମିଳିଛି।

କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଏବଂ କୋଇଲା ମନ୍ତ୍ରାଳୟର ୨ ବରିଷ୍ଠ ଅଧିକାରୀଙ୍କୁ ସୋମବାର ସକାଳେ ଦିଲ୍ଲୀର ସ୍ଵତନ୍ତ୍ର ସିବିଆଇ କୋର୍ଟ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ସହିତ ୧୦ ଲକ୍ଷ ଟଙ୍କା ଜରିମାନା କରିଥିଲେ।