ପ୍ରସିଦ୍ଧ ଯାତ୍ରା କଳାକାର ଭିକୁ ସେଠ୍ ଙ୍କ ପରଲୋକ

ପ୍ରସିଦ୍ଧ ଯାତ୍ରା କଳାକାର ଭିକୁ ସେଠ୍ ଙ୍କ ପରଲୋକ

ଭୁବନେଶ୍ୱର: ପ୍ରସିଦ୍ଧ ଯାତ୍ରା କଳାକାର ମହେନ୍ଦ୍ର ଦାସ ଓରଫ ଭିକୁ ସେଠ୍ ଙ୍କ ପରଲୋକ ଘଟିଛି । ସେ ମହେନ୍ଦ୍ର ନାମ ଅପେକ୍ଷା ଭିକୁ ସେଠଙ୍କ ନାମରେ ବେଶ ପରିଚିତ ଥିଲେ । ଶାଗୁଣା ବସିଛି ଡେଣା ମେଲାଇ ନାଟକ ପରେ ସେ ଚର୍ଚ୍ଚାକୁ ଆସିଥିଲେ । ଚୌଦ୍ୱାର ସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା ।  ଖଳନାୟକ ଭାବେ ସେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ ।