ବ୍ଲୁ ଫ୍ଲାଗ୍ ବେଳାଭୂମି କର୍ତ୍ତୃପକ୍ଷ ଏବଂ ସଂଗ୍ରହକାରୀଙ୍କ ବିରୁଦ୍ଧରେ FIR

ବ୍ଲୁ ଫ୍ଲାଗ୍ ବେଳାଭୂମି କର୍ତ୍ତୃପକ୍ଷ ଏବଂ ସଂଗ୍ରହକାରୀଙ୍କ ବିରୁଦ୍ଧରେ FIR

ପୁରୀ: ବ୍ଲୁ ଫ୍ଲାଗ ଵିଚ ରେ ଜଣେ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ କରିବା ଘଟଣା ଏବେ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ପୂର୍ବାହ୍ନ ୧୧.୧୫ ମିନିଟ ସମୟରେ ରାଞ୍ଚିର ଯୁକ୍ତ ଦୁଇ ଛାତ୍ର ତାନୀସ୍କ ବିନୟ ରାୟ ସମୁଦ୍ରରେ ଗାଧେଇବା ସମୟରେ ବୁଡି ଯାଇଥିଲେ କିନ୍ତୁ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇପାରିନଥିଲା । ଉଦ୍ଧାର କରିବା ଲାଗି ନା ଥିଲା ରେସକ୍ଯୁ ଟିମ ନା ଥିଲା ଲାଇଫ ଶେଭିଂ ଜ୍ୟାକେଟ। ଆଜି ଜଗନ୍ନାଥ ସେନା ପକ୍ଷରୁ ସମୁଦ୍ରକୁଳ ଥାନାରେ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଏ ନେଇ ଏକ ଏତଲା ଦିଆଯାଇଛି। ଯେଉଁଥିରେ ବ୍ଲୁ ଫ୍ଲାଗ ବିଚର ପରିଚାଳନା କର୍ତ୍ତୃପକ୍ଷଙ୍କ ନାମରେ ଏତେଲା ଦେଇଛି ଜଗନ୍ନାଥ ସେନା। ୧୯୯୯ ମସିହାରେ ପୁରୀ ବିଚ୍ ବିପଦ ସଂକୁଳ ବୋଲି ସରକାର ଘୋଷଣା କରିଥିଲେ । ଉପଯୁକ୍ତ ତଦାରଖ ନକରି ଏହି ବିଚ୍ କୁ ଖଣ୍ଡ ଖଣ୍ଡ କରି ବେସରକାରୀ ସଂସ୍ଥା ବ୍ଲୁଫ୍ଲାଗ ବିଚ୍ ମାନ୍ଯତା ଦେଇଦେଲେ। ଫଳରେ ଏହି ବିଚ୍ ଉପରେ ନିର୍ଭର କରି ପେଟ ପୋଷୁଥିବା ଛୋଟ ବ୍ଯବସାୟୀ ନିଜର ବୃତ୍ତି ହରାଇଛନ୍ତି। କିଭଳି ଓ କେଉଁ ଆଧାରରେ ଏହି ମାନ୍ଯତା ଦିଆଯାଇଛି ତାହାର ତଦନ୍ତ କରାଯାଉ। ତା ସହ ମୃତ୍ୟୁବରଣ କରିଥିବା ୧୬ ବର୍ଷୀୟ ପର୍ଯ୍ୟଟକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରିବା ସହ ବର୍ତ୍ତମାନ ସମୟରେ ବ୍ଲୁ ଫ୍ଲାଗ ବିଚକୁ ବନ୍ଦ କରାଯାଉ ବୋଲି ଦାବି କରିଛି ଶ୍ରୀଜଗନ୍ନାଥ ସେନା ।