କିଟ୍ ଛକରେ ଅଗ୍ନିକାଣ୍ଡ

ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ। ଇନଫୋସିଟି ଥାନା କିଟ୍ ଛକରେ ଥିବା ଏକ କର୍ପୋରେଟ ବିଲଡିଂରେ ଅଗ୍ନିକାଣ୍ଡ ଘଟିଛି । ଅପରାହ୍ନ ସାଢେ ୩ଟାରୁ ନିଆଁ ଲାଗିଛି ଯେ, ଥମିବାର ନାଁ ଧରୁନି। ପ୍ରାଥମିକ ଭାବେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ତୃତୀୟ ମହଲାରେ ଏକ ବ୍ୟାଙ୍କ ସହ ଏକ ଜୋତା ସୋରୁମ ଓ ପତଞ୍ଜଳୀର ଗୋଦାମ ଘର ରହିଛି। ଏଥିସହ ଏକ ବିଲ୍ଡର ଅଫିସ୍‌ ସହ ଏକ ଗେଷ୍ଟହାଉସ ମଧ୍ୟ ରହିଛି। ପର୍ଯ୍ୟାୟ କ୍ରମେ ଅଗ୍ନିଶମର ୬ଟି ଟିମ୍ ସହ ବ୍ରୁଣ୍ଟୋ ସ୍କାଏ ଲିଫ୍ଟ ବ୍ୟବହାର କରି ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବି ଆୟତ୍ତକୁ ଆସିପାରିନି ନିଆଁ। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ସଂପର୍କିତ ଖବର ନାହିଁ।