ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା

ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା

ବାଲେଶ୍ବର ୧୪।୪: ଆଜିଠୁ ସମୁଦ୍ର ଭିତରେ ମାଛ ଧରା ବନ୍ଦ ହେଲା । ବାଲେଶ୍ବରରେ ଅପ୍ରେଲ ମାସ ୧୪ ତାରିଖରୁ ଜୁନ୍ ମାସ ୧୫ ତାରିଖ ଯାଏଁ ସମୁଦ୍ରରେ ମାଛ ଧରା ବନ୍ଦ ରହିବ । ଏହି ସମୟରେ ସମୁଦ୍ର ଭିତରେ ମାଛ ମାରି ପାରିବେନାହିଁ ମତ୍ସ୍ୟଜୀବୀ । ଏହି ସମୟରେ ମାଛ ବଂଶ ବିସ୍ତାର କରିଥାଏ । ସେଥିପାଇଁ ସମୁଦ୍ର ଭିତରେ କୌଣସି ଇଂଜିନ ଚାଳିତ ଡଙ୍ଗା ପ୍ରବେଶ କରି ପାରିବ ନାହିଁ । ତେଣୁ ସମୁଦ୍ର ଭିତରେ ଏହି ସମୟରେ ମାଛ ମାରିବା ବାରଣ କରାଯାଇଛି । ଏ ନେଇ ବାଲେଶ୍ବର ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।