ଓଡ଼ିଶାରେ ପ୍ରଥମ ଥର ପାଇଁ କାର୍ଯ୍ୟକ୍ଷମ ହେଲା ECMO ମେସିନ୍

ଓଡ଼ିଶାରେ ପ୍ରଥମ ଥର ପାଇଁ କାର୍ଯ୍ୟକ୍ଷମ ହେଲା ECMO ମେସିନ୍

ଭୁବନେଶ୍ୱର: ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ପ୍ରଥମ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ୍ (ଏକମୋ) ମେସିନ୍ ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ରୋଗୀମାନେ ବାହାର ରାଜ୍ୟକୁ ଚିକିତ୍ସା ପାଇଁ ଯାଉଥିଲେ ବର୍ତ୍ତମାନ ରାଜ୍ୟରେ ଏହି ଚିକିତ୍ସା ଆରମ୍ଭ କରାଯାଇଛି ଫଳରେ ରୋଗୀମାନେ ଆଉ ବାହାର ରାଜ୍ୟକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ଯଦିଓ ଏହି ଚିକିତ୍ସା ବ୍ୟୟବହୁଳ ତେବେ ରୋଗୀଙ୍କ ସ୍ଥାନାନ୍ତର ନେଇ ଆଉ ସମସ୍ୟା ରହିବ ନାହିଁ ସାଧାରଣତଃ ଜଣେ ରୋଗୀଙ୍କ ହୃଦପିଣ୍ଡ ଫୁସଫୁସ୍ ଅଚଳ ହେଲେ ଏକମୋ ମେସିନର ଆବଶ୍ୟକତା ପଡ଼ିଥାଏ କରୋନା କାଳରେ ଏହି ମେସିନର ଡିମାଣ୍ଡ ବହୁତ ବଢ଼ିଯାଇଛି ଅନ୍ୟପକ୍ଷରେ ଏହି ମେସିନ୍ ଚଳାଇବା ପାଇଁ ରାଜ୍ୟରେ କୁଶଳୀ ବ୍ୟକ୍ତି ନାହାନ୍ତି ବୋଲି କୁହାଯାଇଛି ରାଜ୍ୟରେ ଏହି ମେସିନର ଅଭାବ ଥିବାରୁ ବ୍ରହ୍ମପୁରର ଅମ୍ରିତ ପ୍ରଧାନ, ଭଞ୍ଜନଗରର ରମେଶ ସାହୁ, ଭଦ୍ରକର ଅଭିଷେକ ମହାପାତ୍ର, ଆଇପିଏସ୍ ଦେବାଶିଷ ପାଣିଗ୍ରାହୀ ପରି ଅନେକ ଲୋକ ଲକ୍ଷାଧିକ ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଇଥିଲେ ଏକ ଘରୋଇ ହସ୍ପିଟାଲରୁ ଭଡ଼ାରେ ଏକମୋ ମେସିନ ଆଣି ବିରୋଧୀ ଦଳ ନେତାଙ୍କ ଚିକିତ୍ସା କରାଯାଇଥିଲା ଏମ୍ସକୁ ୨ଟି ଏସସିବିକୁ ୬ଟି ଏକମୋ ମେସିନ ଆସିବ ବୋଲି ପୂର୍ବରୁ କୁହାଯାଇଥିଲା