କ୍ୟାପିଟାଲ ହସ୍ପିଟାଲ ପରିସରରୁ ଜବରଦଖଲ ଉଚ୍ଛେଦ

କ୍ୟାପିଟାଲ ହସ୍ପିଟାଲ ପରିସରରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ପରିସରରୁ ଜବରଦଖଲ ଉଚ୍ଛେଦ। ବିଡିଏ,ବିଏମ୍ସି, ସ୍ମାର୍ଟ ସିଟି ଓ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କରାଯାଇଛି। ଦୀର୍ଘ ବର୍ଷ ଧରି ଥିବା ସେବା ମେଡିସିନ ଷ୍ଟୋର ସମେତ ଏବଂ ତା ପଛରେ ଥିବା ଘର ଗ୍ୟାରେଜ ଗୃହ କୁ ଉଚ୍ଛେଦ କରାଯାଇଛି। ଏହି ସ୍ଥାନରେ ନୂଆ କରି ଟ୍ରୋମା କେୟାର ସେଣ୍ଟର ନିର୍ମାଣ କରାଯିବ। ହସ୍ପିଟାଲ କର୍ମଚାରୀ ଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଗ୍ୟାରେଜ ଘରେ ବର୍ଷ ବର୍ଷ ଧରି ଏହି ମେଡିସିନ ଷ୍ଟୋର ବେଆଇନ ଭାବେ ଚାଲୁଥିଲା। ଉଚ୍ଛେଦ ପ୍ରକ୍ରିୟା ରେ ୧ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି।