ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦକୁ ଚୀନ୍ କେବେ ଗ୍ରହଣ କରି ନାହିଁ। ବର୍ତ୍ତମାନ ପୁଣି ତାହାରି ସହାୟତାରେ ଧାରା ୩୭୦ ରାଜ୍ୟରେ ଲାଗୁ ହେବ

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦକୁ ଚୀନ୍ କେବେ ଗ୍ରହଣ କରି ନାହିଁ। ବର୍ତ୍ତମାନ ପୁଣି ତାହାରି ସହାୟତାରେ ଧାରା ୩୭୦ ରାଜ୍ୟରେ ଲାଗୁ ହେବ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ର ସଭାପତି ଫାରୁକ୍ ଅବଦୁଲ୍ଲା ରବିବାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଲଦାଖ୍‌ରେ ସ୍ରୁଷ୍ଟି ହେଉଥିବା ଉତ୍ତେଜନା ପରିସ୍ଥିତି ଯାହା ହେଉନା କାହିଁକି, ତାର ଭାଗୀଦାର ହେଉଛି କେନ୍ଦ୍ର ପକ୍ଷରୁ ହୋଇଥିବା ନିଷ୍ପତ୍ତି, ଯାହା ଅନୁଯାୟୀ ଧାରା ୩୭୦ ଶେଷ କରାଯାଇଥିଲା ।

ସେ କହିଛନ୍ତି “ଲଦାଖ ସୀମାରେ ଚୀନ୍‌ ଯାହା ବି କରୁଛି ତାହା କେବଳ ଧାରା ୩୭୦ ଉଚ୍ଛେଦ ପାଇଁ। ଏହାକୁ ସେମାନେ କେବେ ବି ଗ୍ରହଣ କରିପାରି ନାହାଁନ୍ତି। ଚୀନା ସମର୍ଥନରେ ପୁଣିଥରେ ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଲାଗୁ ହେବା ନେଇ ମୁଁ ବେଶ୍‌ ଆଶାବାଦୀ ଅଛି।”

ପରୋକ୍ଷରେ ଫାରୁକ୍ ମୋଦୀଙ୍କୁ ଦାୟୀ କରି କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛନ୍ତି ‘
ଚୀନ୍‌କୁ ସମର୍ଥନ କରିବା ପ୍ରଶ୍ନରେ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ମୁଁ ଚୀନ୍ ରାଷ୍ଟ୍ରପତିଙ୍କୁ ଭାରତକୁ କେବେବି ଡାକିନଥିଲି। ତାଙ୍କୁ ଭାରତକୁ ମୋଦୀ ନିମନ୍ତ୍ରଣ କରୁଥିଲେ । ସେ ଚୀନ୍ ରାଷ୍ଟ୍ରପତିଙ୍କୁ ଚେନ୍ନାଇକୁ ଖାଇବାକୁ ଦେବା ପାଇଁ ନେଇଥିଲେ। ଫାରୁକ୍ ଆହୁରି ମଧ୍ୟ କହିଛନ୍ତି ଯେ ସାଂସଦ ହେବା ସତ୍ତ୍ୱେ ସଂସଦର ଅଧିବେଶନ ସମୟରେ ତାଙ୍କୁ ଜମ୍ମୁ-କଶ୍ମୀରର ସମସ୍ୟା ବିଷୟରେ କହିବାକୁ ସୁଯୋଗ ଦିଆଯାଇନଥିଲା”।

ସେ କହିଛନ୍ତି ଯେ, ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପାଇଁ ସୀମାରେ ଚୀନ୍‌ ଆକ୍ରମଣାତ୍ମକ ରୂପ ଦେଖାଉଛି । ଧାରା ୩୭୦ ଉଚ୍ଛେଦକୁ ନେଇ ଚୀନ୍ କେବେବି ରାଜି ନଥିଲା । ଚୀନ ସହଯୋଗରେ ପୁଣିଥରେ ଏହି ଧାରା ଲାଗୁ ହେବା ନେଇ ଆଶା କରୁଛି ବୋଲି ଫାରୁକ କହିଛନ୍ତି।

ଜମ୍ମୁ ଓ କଶ୍ମୀର ନେଇ କେନ୍ଦ୍ରର ନିଷ୍ପତ୍ତି ଉପରେ ଫାରୁକ କହିଥିଲେ “୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଯାହା କଲେ ତାହା ଗ୍ରହଣୀୟ ନୁହେଁ। ଏମିତିକି ଜମ୍ମୁ-କଶ୍ମୀର ସମସ୍ୟାକୁ ସଂସଦରେ ଉଠାଇବାକୁ ବି ଅନୁମତି ଦିଆଗଲା ନାହିଁ ବୋଲି ଫାରୁକ କହିଛନ୍ତି।”

ସୂଚନା ଥାଉକି ଧାରା ୩୭୦ ଓ ୩୫ଏ ଭାରତୀୟ ସମ୍ବିଧାନରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ସ୍ୱାଧୀନତା ଦେଉଥିଲା। ଏହି ଧାରା ଜମ୍ମୁ-କଶ୍ମୀରରେ ସ୍ୱତନ୍ତ୍ର ସମ୍ବିଧାନ ଓ ସ୍ୱତନ୍ତ୍ର ଦଣ୍ଡବିଧାନ ବ୍ୟବସ୍ଥା ରଖିବାକୁ ଅନୁମତି ଦେଇଥିଲା।