ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ

ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ୨ଦିନ ପୂର୍ବରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ ମେଦାନ୍ତରେ ଭର୍ତ୍ତି କରାଯାଇଥିଲା ।

ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ ମହାରଥୀ। ସୁସ୍ଥ ହେବା ପରେ ପୁଣି ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ୧୯୫୫ ମସିହା ଜୁଲାଇ ୪ରେ ଜନ୍ମ ଗ୍ରହଣ କରିଥିବା ମହାରଥୀ ୧୯୮୫ରେ ପ୍ରଥମ ଥର ବିଧାୟକ ହୋଇଥିଲେ ।