ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦଙ୍କ ପରଲୋକ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦଙ୍କ ପରଲୋକ

ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାରର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂ। ଦିଲ୍ଲୀ ଏମ୍ସରେ ୭୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ରଘୁବଂଶଙ୍କୁ ଏମ୍ସର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ପୂର୍ବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ନିଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖାଯାଇଥିଲା। ରଘୁବଂଶ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । କିନ୍ତୁ ଲାଲୁଙ୍କ ପୁଅଙ୍କ ତାଙ୍କ ସମ୍ବନ୍ଧ ଭଲ ନଥିବାରୁ ସେ ଆରଜେଡିରୁ ଇସ୍ତଫା ଦେଇଥିଲେ ।