ଅଗ୍ନିକାଣ୍ଡ ଯୋଗୁଁ କୋଭିଡ଼୍ ହସ୍ପିଟାଲରେ ୪ ଜଣଙ୍କର ମୃତ୍ୟୁ

ଅଗ୍ନିକାଣ୍ଡ ଯୋଗୁଁ କୋଭିଡ଼୍ ହସ୍ପିଟାଲରେ ୪ ଜଣଙ୍କର ମୃତ୍ୟୁ

ନାଗପୁର୧୦।୪: ପ୍ରତିଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସବୁଠାରୁ ଅଧିକ ମହାରଷ୍ଟ୍ରରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମହାରାଷ୍ଟ୍ର ସରକାର ଏହାକୁ ନେଇ ଚିନ୍ତାରେ ଥିବା ବେଳେ ନାଗପୁର ସହରର ଏକ କୋଭିଡ଼୍ ହସ୍ପିଟାଲରେ ନିଆଁ ଲାଗି ଯାଇଛି । ସୂଚନା ଅନୁସାରେ ଗତ କାଲି ବିଳମ୍ବତ ରାତିରେ ନାଗପୁର ସ୍ଥିତ ୱାଡ଼ି ଅଂଚଳରେ ଥିବା ଏକ କୋଭିଡ଼୍ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗି ଯାଇଥିଲା । ଫଳରେ ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ଏହାସହ ୨୭ ଜଣ ରୋଗୀଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତରଣ କରାଯାଇଛି ।ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ନିଆଁ ଲାଗିଥିବା ସୂଚନା ପାଇ ପ୍ରଧାନମନ୍ତ୍ରୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ହୋଇଥିବା ରୋଗୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।