ବଢ଼ିଲା ସ୍ୱର୍ଗଦ୍ୱାରରେ ଶବଦାହ କଟକଣା

ବଢ଼ିଲା ସ୍ୱର୍ଗଦ୍ୱାରରେ ଶବଦାହ କଟକଣା

ପୁଣି ଆଉ ମାସେ ଅର୍ଥାତ ସେପ୍ଟେମ୍ବର ୩୦ ଯାଏଁ ଏହି କଟକଣାକୁ ବଢ଼ାଇଛନ୍ତି ଜିଲ୍ଳାପାଳ । ପୁରୀ ଜିଲ୍ଲା ବାହାର ଲୋକଙ୍କୁ ଶବ ସଂସ୍କାର କରିବାକୁ ଅନୁମତି ମିଳିବ ନାହିଁ । କେବଳ ପୁରୀ ଜିଲ୍ଲାବାସୀ ସ୍ୱର୍ଗଦ୍ୱାରରେ ଦାହ ସଂସ୍କରଣ କରିପାରିବେ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏବେ କ୍ରମାଗତ ଭାବେ ଦିନକୁ ଦିନ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ରାଜ୍ୟରେ ଅନଲକ ୪ ଲାଗୁ ହୋଇଛି । ତେଣୁ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ପୁରୀ ଜିଲ୍ଲା ପ୍ରଶାସନ ।