ଲଘୁଚାପ ଚାପ ଜନିତ ବର୍ଷା ନିକଟରେ ଗଜପତି ଜିଲ୍ଲା ବାସୀ ଙ୍କୁ ଖୁବ କଲବଲ କରିଛି

ଲଘୁଚାପ ଚାପ ଜନିତ ବର୍ଷା ନିକଟରେ ଗଜପତି ଜିଲ୍ଲା ବାସୀ ଙ୍କୁ ଖୁବ କଲବଲ କରିଛି

ମୋହନା : ଲଘୁଚାପ ଚାପ ଜନିତ ବର୍ଷା ନିକଟରେ ଗଜପତି ଜିଲ୍ଲା ବାସୀ ଙ୍କୁ ଖୁବ କଲବଲ କରିଛି , ପ୍ରୟତଃ ସମସ୍ତ ନଦୀରେ ଜଳ ସ୍ଥର ବୃଦ୍ଧି ପାଇଁ ବିପଦପୂର୍ଣ୍ଣ ଭାବେ ପ୍ରବାହିତ ହେଉଛି । ହଜାର ହଜାର ହେକ୍ଟର ଧାନ ଜମି ପାଣି ଜମି ରହିଛି । ଅନେକ ସ୍ଥାନରେ କଲଭର୍ଟ ଭାସିଯାଉଥିବା ହେତୁ ଏକ ପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇରହିଛି , ଏଭଳି ସ୍ଥିତିରେ ଆଜି ଆଉ ଏକ ଲଘୁଚାପ ଜନିତ ବର୍ଷା ମୁଣ୍ଡ ଟେକିଥିବା ବେଳେ ପ୍ରବଳ ରୁ ଅତି ପ୍ରବଳ ବେଗରେ ପବନ ବହିବା ଓ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଜପତି ଜିଲ୍ଲାକୁ ୟେଲୋ ସତର୍କ କରିଛନ୍ତି ଏସାରସି । ତେବେ ସମ୍ଭବ୍ୟ ବାତ୍ୟା ପାଇଁ ସମ୍ପୂର୍ଣ୍ଣ ସଜାଗ ହୋଇଛି ଜିଲ୍ଲା ପ୍ରସାଶନ , ଆର ଉଦୟଗିରି ଅଞ୍ଚଳର ମଙ୍ଗରାଜପୁର ପଞ୍ଚାୟତ, ଅନଘା ପଞ୍ଚାୟତ ରେ ବ ସକରୁଥିବା ପାହାଡ ତଟ ବର୍ତ୍ତି ଅଞ୍ଚଳର ଲୋକଙ୍କୁ ନିକଟସ୍ଥ ଗିର୍ଜା ଓ ସ୍କୁଲ ଘର କୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷରେ ମାଟି ଅତଡା ଆସୁଥିବା ଅଞ୍ଚଳରେ ରାସ୍ତା ର କାମ ତ୍ବରାନ୍ବିତ କରିବା ଲାଇ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ଦାୟିତ୍ବ ଦିଆଯାଇଛି । ଏବଂ ଅସୁବିଧା ସ୍ଥଳରେ ଅଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଵାକୁ ଶେଷ ପର୍ଯ୍ୟାୟ ହୋଇସାରିଛି ।