ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍

ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍

କଟକ : ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା । ଗ୍ୟାଙ୍ଗଷ୍ଟର ହାଇଦର କରୋନା ସଂକ୍ରମିତ ହୋଇଥିବାର ଆଣ୍ଟିଜେନ ଟେଷ୍ଟରୁ ଜଣାପଡ଼ିଛି । ଆଣ୍ଟିଜେନ ଟେଷ୍ଟ ପଜିଟିଭ ଆସିବା ପରେ ଏ ନେଇ ସ୍ପଷ୍ଟ ହୋଇଛି । କିନ୍ତୁ ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ତାହାର ଆରଟିପିସିଆର୍ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯିବ। କିନ୍ତୁ ଆରଟିପିସିଆର୍ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସେ ଚୌଦ୍ବାର ଜେଲରେ ଆଇସୋଲେସନ ସେଲ୍ରେ ରହିବ। ଅଦାଲତ ଆସନ୍ତାକାଲି ସକାଳ ୭ଟାରୁ ହାଇଦରକୁ ୭ ଦିନିଆ ପୁଲିସ ରିମାଣ୍ଡ୍ ପାଇଁ ଅନୁମତି ଦେଇଥିଲେ ବି ତାକୁ ଆଉ ଅଣାଯାଇ ପାରିବନାହିଁ। ଏଭଳି ସ୍ଥିତିରେ କିନ୍ତୁ ପୁଲିସ ବିଭାଗରେ ଭାଳେଣି ପଡ଼ିଯାଇଛି। ବରିଷ୍ଠ ପୁଲିସ ଅଧିକାରୀ ଏ ବିଷୟରେ ମତ ରଖି ନଥିଲେ ସୁଦ୍ଧା ବର୍ତ୍ତମାନ ରିମାଣ୍ଡରେ ହାଇଦରକୁ ପୁଲିସ ନେବ ନାହିଁ ବୋଲି ଜଣାପଡ଼ିଛି । ହାଇଦରକୁ ଚୌଦ୍ବାର ଜେଲରେ ସଙ୍ଗରୋଧରେ ରଖାଯାଇଛି