ପୁଣି ଫସିଗଲା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ

ପୁଣି ଫସିଗଲା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର: ଦାଦାବଟି ଅସୁଲ ଅଭିଯୋଗରେ ଗିରଫ ହୋଇଥିବା ରାଜାକୁ ଏନଏସଏ ଆକ୍ଟ , 110 ଦଫାରେ ବୁକ୍ କଲା କମିସନରେଟ୍ ପୋଲିସ । ଏହା ସହ ସେ ଟ୍ବିନ ସିଟି ପାଇଁ ବିପଦ ବୋଲି ଘୋଷଣା କରିଛି ପୋଲିସ । ସେପଟେ ଦାଦାବଟିକୁ ନା ଅପରେସନକୁ ଜୋରଦାର କରିଛି ଓଡିଶା ପୋଲିସ । ଏଥି ପାଇଁ କମିସନରେଟ ପୋଲିସ ପକ୍ଷରୁ ଏକ 24 ଘଣ୍ଟିଆ ଟୋଲ ଫ୍ରି ନଂବର ଜାରି ହୋଇଛି । ଯଦି କେହି ଆପଣଙ୍କୁ ଦାଦାବଟି ମାଗୁଛି ତାହେଲ ଏହି ନଂବରରେ ଆପଣ ପୋନ୍ କରି ପୋଲିସକୁ ଜଣାଇ ପାରିବେ ଏହା ବର୍ଷ ତମାମ କାର୍ଯ୍ୟ କରିବ ।

ଗ୍ୟାଙ୍ଗଷ୍ଟର ରାଜା ବିରୋଧରେ ଲାଗିଲା ଦଫା 110 । ତା ସହ ନ୍ୟାସନଲ ସିକ୍ୟୁରିଟି ଆକ୍ଟ ବି । ଏଣିକି ରାଜା ଯେଉଁଠି ରହିବ ତା ଉପରେ 24 ଘଣ୍ଟିଆ ନଜର ରଖିବ ପୋଲିସ ଯଦି ଦରକାର ପଡେ ତାହେଲେ କଟକ ଭୁବନେଶ୍ବର ଟ୍ବିନ୍ ସିଟିରୁ ତଡିପାର କରିବାର ଯୋଜନା ରଖିଛି କମିସନରେଟ ପୋଲିସ । ରାଜା ଗିରଫ ହେବାର 2 ଦିନ ପରେ ଏପରି କଡା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ବର ପୋଲିସ ଡିସିପି କିହଛନ୍ତି ରାଜା ବିରୋଧରେ 50ରୁ ଅଧିକ ମାମଲା ଟ୍ବିନ୍ ସିଟିର ଥାନାରେ ଅଛି । ତା ସହ ସେ ଜେଲରୁ ଫେରିବା ପରେ ଅନେକ ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିଲା । ତେଣୁ ତା ବିରୋଧରେ ଏପରି କଡା ପଦକ୍ଷେପ ନିଆଯାଇଛି । ସେପଟେ ଗତ 3 ଦିନରେ ମୋଟ 20 ଜଣଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରାଯାଇଛି । ଆଗକୁ ଏହା ଜାରି ରହିବ ବୋଲି ଅସାମାଜିକଙ୍କୁ କଡା ଚେତାବନି ଶୁଣାଇଛନ୍ତି ଡିସିପି ।

ସେପଟେ ଦାଦାବଟିକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ପୋଲିସ ଡିଜିପି ଜାରି କରିଛନ୍ତି 24 ଘଣ୍ଟିଆ ଟୋଲ୍ ଫ୍ରି ନଂବର 9938910000 କୁ ଆପଣ ଫୋନ୍ କରି ମାଗଣାରେ ଦାଦାବଟି ସଂପର୍କରେ ଅଭିଯ଼ୋଗ କରି ପାରିବେ । ଏହା ବର୍ଷ ତମାମ କାମ କରିବ ଏହା ସହ ଏହି ନଂବରରେ ହ୍ବାଟ୍ସ ଅପ୍, ଇଷ୍ଟାଗ୍ରାମ ଓ ମେସଜ କରି ଆପଣ ନିଜର ଅଭିଯ଼ୋଗ ରେଜିଷ୍ଟର କରି ପାରିବେ । ଦାଦାବଟି ସଂପର୍କରେ ଖବର ଦେଉଥିବା ବ୍ୟକ୍ତିଙ୍କ ପରିଚୟ ସଂପୂର୍ଣ୍ଣ ଗୁପ୍ତ ରଖାଯିବ ଏହା ନଂବର କେବଳ କଟକ ଭୁବନେଶ୍ବର ପାଇଁ ଲାଗୁ କରଯାଇଛି । ଏହାର ସଫଳତା ପରେ ଅନ୍ୟ ଜିଲ୍ଲାରେ ଏହାକୁ ଲାଗୁ କରିବାକୁ ପୋଲିସ ଯୋଜନା ରଖିଛି ବୋଲି ଡିଜିପି କହିଛନ୍ତି ।

ଦାଦାବଟି ଯେ କେବଳ ପାର୍ବଣ ସମୟରେ ଆଦାୟ ହୁଏ ତାହା ହୁଏ, ଏହା ମାସିକିଆ ଏପରିକି ସପ୍ତାହିକ ଭାବେ ଲୋକାଲ ଗୁଣ୍ଡା ମାନେ ଆଦାୟ କରିଥାନ୍ତି । ଏହା ସହ କୌଣସି ପ୍ରକାରର ନିର୍ମାଣ କାର୍ଯ୍ୟ ବ୍ୟବସାୟ ଆରମ୍ଭ କରିବା ବେଳେ ମଧ୍ୟ ସ୍ଥାନୀୟ କ୍ଲବ୍ ଓ ଅନୁଷ୍ଠାନ ମୋଟା ଅଙ୍କର ଅର୍ଥ ରାଶି ଦାବି କରିଥାନ୍ତି ।ଏଠି ପ୍ରଶ୍ନ ଉଠୁଛି ଲୋକ ମାନେ ଏ ବାବଦରେ ସଚେତନ ହେବେ ତ ? ପୋଲିସକୁ ସବୁ ଖବର ଜଣାଇବେ ତ ?