ବେଆଇନ ଉତ୍ପାଦନ ତଥା କ୍ରାକର ଏବଂ ବୋମା ବିକ୍ରୟ ବିରୋଧରେ ଗଂଜାମ ନାଳବଣ୍ଟା ଗ୍ରାମରେ ଚଢାଉ

ବେଆଇନ ଉତ୍ପାଦନ ତଥା କ୍ରାକର ଏବଂ ବୋମା ବିକ୍ରୟ ବିରୋଧରେ ଗଂଜାମ ନାଳବଣ୍ଟା ଗ୍ରାମରେ ଚଢାଉ

ଗଂଜାମ: ବେଆଇନ ଉତ୍ପାଦନ ତଥା କ୍ରାକର ଏବଂ ବୋମା ବିକ୍ରୟ ବିରୋଧରେ ଗଂଜାମ ନାଳବଣ୍ଟା ଗ୍ରାମରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ବିପୁଳ ପରିମାଣର ଫାୟାରକ୍ରାକ୍, କ୍ରାକର, ବୋମା, କୁମ୍ପି, ଫୁଲାଜାରୀ, ଫୋଟୋକା, ଚକ୍ର, ମର୍କୁର ଟର୍ଚ୍ଚ, ଜୁରୀ, ଲମ୍ବା ସର୍ଟ, ରଙ୍ଗ ସର୍ଟ, ଆକାଶଦୀପ, ଉଚ୍ଚ ଧ୍ୱନି ବୋମା, କଞ୍ଚାମାଲ, ବନ୍ଧୁକ ପାଉଡର, ଖଜୁରୀ ପତ୍ର, କଞ୍ଚା ବିସ୍ଫୋରକ, ନାଇଟ୍ରୋଜେନ ପାଉଡର, ସଲଫର ପାଉଡର, ଅଙ୍ଗାର, ଲୁହା ସିଲିଣ୍ଡର ଇତ୍ୟାଦି ଜବତ ହୋଇଛି । ମୋଟ 08 ମିନି ଟ୍ରକ୍ ଜବତ କରିଛି ପୋଲିସ | ମୋଟ ପରିମାଣ ପ୍ରାୟ 70 ଲକ୍ଷ ଟଙ୍କା ହେବ ।