ଜେନେଲିଆ ଡିସୁଜା ହେଲେ କରୋନା ର ଶିକାର,ସୋସିଆଲ ମିଡ଼ିଆ ପୋଷ୍ଟ ଜରିଆରେ ଦେଲେ ସୂଚନା

ଜେନେଲିଆ ଡିସୁଜା ହେଲେ କରୋନା ର ଶିକାର,ସୋସିଆଲ ମିଡ଼ିଆ ପୋଷ୍ଟ ଜରିଆରେ ଦେଲେ ସୂଚନା

ମୁମ୍ବାଇ ୨୯/୦୮ : ବଲିଉଡ ଅଭିନେତ୍ରୀ ଜେନେଲିଆ ଡିସୁଜା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି କହିଛନ୍ତି ସେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ଜେନେଲିଆଙ୍କ ପୋଷ୍ଟ ଅନୁସାରେ, ୩ ସପ୍ତାହ ପୂର୍ବରୁ ତାଙ୍କର କରୋନା ଟେଷ୍ଟ ହୋଇଥିଲା | ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା |  ୨୧ ଦିନ ଯାଏଁ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା | କିନ୍ତୁ ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଆଇସୋଲେସନରେ ୨୧ ଦିନ ତାଙ୍କ ପାଇଁ ବହୁତ କଷ୍ଟକର ଥିଲା ବୋଲି ସେ କହିଛନ୍ତି | ନିଜ ପରିବାର ଠାରୁ ଦୂରରେ ରହି ତାଙ୍କୁ ବହୁତ କଷ୍ଟ ହୋଇଥିଲା ବୋଲି ସେ କହିଛନ୍ତି | ନିଜ ପରିବାରର ସ୍ନେହ ଓ ଭଲ ପାଇବା ମଣିଷର ସବୁଠାରୁ ବଡ ଖୁସି ଓ ସାହସ ବୋଲି ସେ କହିଛନ୍ତି | ତେବେ ସେ ଘରକୁ ଫେରି ବହୁତ ଖୁସି ଅଛନ୍ତି |