ଆଇନଜିବୀ ମାନଙ୍କ ପାଇଁ ଖୁସି ଖବର

ଆଇନଜିବୀ ମାନଙ୍କ ପାଇଁ ଖୁସି ଖବର

ଆଇନଜିବୀ ମାନଙ୍କ ପାଇଁ ଖୁସି ଖବର । ପ୍ରାକୃତିକ ଦୁର୍ବିପାତ ଏବଂ ମହାମାରୀ ଭଳି ସମୟରେ ଆଇନଜିବୀ ମାନଙ୍କୁ ଏଣିକି ଆର୍ଥିକ ସହାୟତା ପାଇଁ ବାଟ ଫିଟିଲା । ମୃତ୍ୟୁକାଳୀନ ଏବଂ ଅବସରକାଳୀନ ଆର୍ଥିକ ସାହାୟତା ବ୍ୟତିତ ପାକୃତିକ ଦୁର୍ଭିପାତ ଓ ମହାମାରୀ ସମୟରେ ମଧ୍ୟ ଆଇନଜିବୀ ମାନଙ୍କୁ ଆର୍ଥିକ ସାହାୟତା ଦିଆଯାଇପାରିବ । ଏ ନେଇ ଓଡିଶା ଆଇନଜିବୀ ଆଇନଜିବୀ କଲ୍ୟାଣ ପାଣ୍ଠି ୧୯୮୭ ଆଇନରେ ସରକାର ନୂଆ ଧାରା ଯୋଡିଛନ୍ତି । ଓଡିଶା ଆଡଭେକଟ ୱେଲଫର ଫଣ଼୍ଡ ଟ୍ରଷ୍ଟ ଆକ୍ଟର ଧାରା ୧୬ ପରେ ୧୬ (ଏ) ଯୋଗ କରାଯାଇଛି । ଏ ନୂଆ ଧାରା ଅନୁଯାୟୀ ଆ଼ଡଭକେଟ ୱେଲଫର ପଣ୍ଠ ଟ୍ରଷ୍ଟରୁ ଉପରକ୍ତ କାରଣ ପାଇଁ ବାର କାଉଁସିଲ ଅଫ ଓଡିଶାକୁ ଅର୍ଥ ଦିଆଯାଇପାରିବ । ଯାହାକୁ କି ପ୍ରାକୃତିକ ଦୁର୍ବିପାତ ଏବଂ ମାହାମାରୀ ଭଳି ସମୟରେ ପ୍ରଭାବିତ ହୋଇଥିବା ଆଇନଜିବୀ ମାନଙ୍କୁ ଆର୍ଥିକ ସାହାୟତା ପ୍ରଦାନ କରାଯାଇପାରିବ । ଓଡିଶା ଆଇନଜିବୀ କଲ୍ୟାଣ ପାଣ୍ଠି (ସଂଶୋଧିତ) ଅଧ୍ୟାଦେଶ ୨୦୨୦ ନେଇ ସରକାର ଗ୍ୟାଜେଟ ନୋଟିଫିକସନ ଜାରୀ କରିଛନ୍ତି ।

1109-Law Dept.