ଗୁଗୁଲ ଦେବ ୭ କୋଟି ଟଙ୍କା

ଗୁଗୁଲ ଦେବ ୭ କୋଟି ଟଙ୍କା

ନୂଆଦିଲ୍ଲୀ୨୭।୫: ଗୁଗୁଲ ଏବେ ଟେକନିକାଲ ପ୍ରଫେସନାଲଙ୍କ ପାଇଁ ଏକ ଧମାକାଦାର ଘୋଷଣା କରିଛି। ନୂଆ ଘୋଷଣା ଅନୁସାରେ ଗୁଗୁଲ କହିଛି ତାର Andriod 12 ଦୁଇ ବିଲ୍ଟରେ ସିକୁରିଟି୍ର ଅଭାବ ବା ତ୍ରୁଟିକୁ ଯିଏ ଖୋଜି ଖୋଜି ପାରିବ ତାକୁ 7 କୋଟି ଟଙ୍କା ମିଳିବ। ଗୁଗୁଲ ନିକଟରେ Andriod 12ର ପବ୍ଲିକ ଭିଟା ଭର୍ସନ ଜାରି କରି ଦେଇଛିl Andriod 12 ର ଭିଟା ଭର୍ସନ ଏବେ କିଛି ୟୁଜରଙ୍କ ପାଇଁ ରହିଛି। ଏହାର ଷ୍ଟେବଲ ଭର୍ସନ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ରିଲିଜ କରିଦିଆଯିବ। Andriod 12 ର ଭିଟା ଭର୍ସନ ସହିତ କିଛି ଫିଚର ଉପଭୋଗ କରିପାରିବେ। ଭିଟା ଭର୍ସନରେ ତ୍ରୁଟି ଥାଇପାରେ। ଏହାର ଫାଇଦା ହ୍ୟାକରମାନେ ଏହାର ଉଠାଇ ପାରନ୍ତି। ଏହାର ପ୍ରଭାବ ଆପଣଙ୍କ ଫୋନର ଫଙ୍କସନ ଉପରେ ପକାଇପାରେ। ଏହାକୁ ଦୃଷ୍ଟିରେ ରଖି ଗୁଗୁଲ ଘୋଷଣା କରିଛି ଯେ,Android 12 ରେ ଥିବା ତ୍ରୁଟିକୁ ଟେକ୍ନିକାଲ ଏକ୍ସପର୍ଟ ବାହାର କରନ୍ତୁ ।ଗୁଗୁଲ କହିଛି ଯେ, ମଇ ୧୮ ରୁ ଜୁନ୍ ୧୮ ପର୍ଯ୍ୟନ୍ତ ଯିଏ ଭୁଲ ବାହାର କରିପାରିବ ତାଙ୍କୁ ପୁରସ୍କାର ରାଶି ସହିତ ୫୦ ପ୍ରତିଶତ ବୋନସ ଦିଆଯିବ। କମ୍ପାନୀ ଅନୁଯାୟୀ, କିଛି ଅଣ-ଆଣ୍ଡ୍ରଏଡ୍ ତ୍ରୁଟି ଅଛି ଯାହା ଆଣ୍ଡ୍ରଏଡ୍ ସୁରକ୍ଷା ପାଇଁ ଦୁର୍ବଳ, ସେଗୁଡିକୁ ମଧ୍ୟ ଏହି ପୁରସ୍କାର କାର୍ଯ୍ୟକ୍ରମ ଅଧୀନରେ ମଧ୍ୟ ନିଆ ଯାଇପାରେ । ସିକୁରିଟି ରିସର୍ଚ୍ଚର ଯିଏ ଗୁଗୁଲ୍ ବଗସ୍ ବାଉଣ୍ଟି ପ୍ରୋଗ୍ରାମର ଅଂଶ ହେବାକୁ ଚାହୁଁଛନ୍ତି ତାଙ୍କୁ ଲାଟେଷ୍ଟ Android 12 ଭିଟା 1 ଏବଂ Android 12 ଭିଟା 1.1କୁ ବିଶ୍ଳେଷଣ କରିବାକୁ ହେବ। ଏହା ପିକ୍ସେଲ ଡିଭାଇସ ପାଇଁ ଉପଲବ୍ଧl ଆଣ୍ଡ୍ରଏଡ୍ ସିକ୍ୟୁରିଟି ପୁରସ୍କାର ପ୍ରୋଗ୍ରାମ ଭଳି ବଗସ୍ ଗୁଡ଼ିକୁ କଭର କରାଯିବ । ଯାହାକି ଯୋଗ୍ୟ ଡିଭାଇସରେ ରହିଛି ଏବଂ କମ୍ପାନୀର ଅନ୍ୟ ପୁରସ୍କାର ପ୍ରୋଗ୍ରାମର ଅଂଶ ନୁହେଁ |