କୋହଳ ହେଲା ଲକଡାଉନ୍

କୋହଳ ହେଲା ଲକଡାଉନ୍

ରାଜ୍ୟରେ କରୋନା ସଂକ୍ରମଣ ହାରରେ ହ୍ରାସ ପରିଲକ୍ଷିତ ହେଉଥିବାରୁ ଛତିଶଗଡ଼ ସରକାର ରାଜ୍ୟରେ ଆଂଶିକ ଭାବରେ ଲକଡାଉନ୍ କୋହଳ କରିଛନ୍ତି । ବଜାର, ମଲ୍ ଏବଂ ଶୋ’ରୁମ୍ ଗୁଡ଼ିକ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ, ଯେଉଁ ଜିଲ୍ଲାମାନଙ୍କରେ ପଜିଟିଭିଟି ହାର ୮% ରୁ କମ ରହିଛି ସେହି ଜିଲ୍ଲାମାନଙ୍କରେ ବଜାର, ମଲ୍ ଏବଂ ଶୋ’ରୁମ୍ ଖୋଲାଯିବ । ତେବେ ସେଗୁଡିକ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି । ସେହିଭଳି ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଖାଇବା ବଦଳରେ କେବଳ ପାର୍ସଲ କିମ୍ବା ହୋମ ଡେଲଭରୀ କରାଯାଇ ପାରିବ । ସିନେମା ହଲ ଏବଂ ଥିଏଟରଗୁଡିକ ବନ୍ଦ ରହିବ । ଛତିଶଗଡ଼ର ୨୮ ଜିଲ୍ଲା ମଧ୍ୟରୁ ରାଜଧାନୀ ରାୟପୁରକୁ ମିଶାଇ ୧୪ ଜିଲ୍ଲାରେ ବର୍ତ୍ତମାନ ପଜିଟିଭିଟି ରେଟ୍ ୮ ପ୍ରତିଶତରୁ କମ ରହିଛି । ସେହିଭଳି ଯେଉଁ ଜିଲ୍ଲାଗୁଡ଼ିକରେ ପଜିଟିଭିଟି ରେଟ ୮%ରୁ ଅଧିକ ରହିଛି ସେହି ଜିଲ୍ଲାଗୁଡ଼ିକରେ ପୂର୍ବ ଭଳି ଲକଡାଉନ ଜାରି ରହିବ । ଯଦି ସେହି ଜିଲ୍ଲାଗୁଡ଼ିକରେ ପଜିଟିଭ ହାର ଆଗାମୀ ୫ ଦିନରେ ୮ %ରୁ କମ ହୁଏ ତେବେ ସେଠାରେ କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇପାରେ ବୋଲି ସୂଚନା ମିଳିଛି ।