ଗ୍ରୀନ କରିଡରରେ ଗୁରୁତର ରୋଗୀଙ୍କୁ ନିଆଗଲା ବିମାନ ବନ୍ଦର

ଗ୍ରୀନ କରିଡରରେ ଗୁରୁତର ରୋଗୀଙ୍କୁ ନିଆଗଲା ବିମାନ ବନ୍ଦର

ଭୁବନେଶ୍ୱର: ଗ୍ରୀନ କରିଡରରେ ଗୁରୁତର ରୋଗୀଙ୍କୁ ନିଆଗଲା ବିମାନ ବନ୍ଦର । ଆଜି ଅପରାହ୍ନ ୪ଟାରେ ଗ୍ରୀନ୍ କରିଡରରେ ଅତିରିକ୍ତ ଡିସିପି ଟ୍ରାଫିକ୍ ଏବଂ ଟିମ୍ ଆପୋଲୋ ହସ୍ପିଟାଲରୁ ଭୁବନେଶ୍ବର ବିମାନବନ୍ଦରକୁ ଏକ ଆମ୍ବୁଲାନ୍ସରେ ଗୁରୁତର ରୋଗୀଙ୍କୁ ଭୁବନେଶ୍ୱରରୁ ଚେନ୍ନାଇକୁ ଅଙ୍ଗ ପ୍ରତିରୋପଣ ପାଇଁ ସ୍ଥାନାନ୍ତରିତ କରିଛି। ଜୀବନ ବଞ୍ଚାଇବା ପାଇଁ ଆମକୁ ବିରାଟ ଆନନ୍ଦ ଦେଇଛି ବୋଲି ସୁଚନା ଦେଲେ ପୋଲିସ କମିସନର । ଏହା ସହ ପୁରା ଟ୍ରାଫିକ୍ ଟିମକୁ ବଧେଇ ଜଣେଇଲେ ।