ବ୍ୟବସାୟୀଙ୍କ ପାଇଁ ବଡ ଖବର-ଅର୍ଥ ମନ୍ତ୍ରାଳୟ

ବ୍ୟବସାୟୀଙ୍କ ପାଇଁ ବଡ ଖବର-ଅର୍ଥ ମନ୍ତ୍ରାଳୟ

ନୂଆଦିଲ୍ଲୀ ୨୪-୮  : କରୋନା ମହାମାରୀ ସମୟରେ ଟିକସଦାତାଙ୍କୁ ଛାଡ ଦେବା ପାଇଁ ମୋଦୀ ସରକାର ଅନେକ ବଡ ନିଷ୍ପତ୍ତି ନେଇଛନ୍ତି। ସୋମବାର ଅର୍ଥ ମନ୍ତ୍ରଣାଳୟ ଏକ ବଡ ଘୋଷଣା କରିଛି। ଏହା ଅଧୀନରେ, ପୂର୍ବରୁ ବାର୍ଷିକ ବ୍ୟବସାୟ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟୀମାନେ ଜିଏସଟି ପଞ୍ଜିକରଣରୁ  ଛାଡ ପାଇବା ନିୟମଥିବେଳେ  ବର୍ତମାନ ଏହି ସୀମା ୪୦ ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି। ଲକଡାଉନ ପରେ ବ୍ୟବସାୟୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଏହା ଏକ ବଡ ନିଷ୍ପତ୍ତି।

ଅର୍ଥ ମନ୍ତ୍ରଣାଳୟର କହିବା ଅନୁଯାୟୀ,  ୧.୫ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ବ୍ୟକ୍ତିମାନେ କମ୍ପୋଜିସନ ସ୍କିମ୍ ଚୟନ କରିପାରିବେ, ଯେଉଁଥିରେ ସେମାନଙ୍କୁ କେବଳ ୧% ଟିକସ ଦେବାକୁ ପଡିବ। ଜିଏଏସରୁ ରୋଲ ଆଉଟ୍ ହେବା ପରେ ଟିକସଦାତା ଆଧାର ପ୍ରାୟ ଦ୍ୱିଗୁଣିତ ହୋଇଛି ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଏହାର ପ୍ରାରଂଭରୁ , ଜିଏସ୍ଟି ଦ୍ୱାରା ଅନ୍ତର୍ଭୁକ୍ତ କରଦାତାଙ୍କ ସଂଖ୍ୟା ପ୍ରାୟ ୬୫ ଲକ୍ଷ ଥିଲା। ବର୍ତ୍ତମାନ ଟିକସଦାତା ଆଧାର ୧.୨୪ କୋଟିରୁ ଅଧିକ। ଏହା ସହିତ, ଜିଏସଟିର ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ। ବର୍ତ୍ତମାନ ପର୍ଯ୍ୟନ୍ତ ଅନଲାଇନରେ ୧୩୧ କୋଟି ଇ-ୱେ ବିଲ୍ ପ୍ରସ୍ତୁତ ହୋଇଥିଲାବେଳେ ୫୦ କୋଟି ରିଟର୍ଣ୍ଣ ଦାଖଲ କରାଯାଇଛି ।

ଅର୍ଥ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଯେ ଜିଏସଟି ଲାଗୁ ହେବା ପରଠାରୁ ବହୁ ସଂଖ୍ୟକ ଜିନିଷ ଉପରେ ଟିକସ ହାର ହ୍ରାସ କରାଯାଇଥିଲା।୨୮% ସ୍ଲାବରେ ଥିବା ମୋଟ ୨୩୦ ଟି ଆଇଟମ୍ ମଧ୍ୟରୁ ପ୍ରାୟ ୨୦୦ ଟି ଆଇଟମ୍ ନିମ୍ନ ସ୍ଲାବକୁ ସ୍ଥାନାନ୍ତରିତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୮% ହାର ପ୍ରାୟ ନିଶା ଦ୍ରବ୍ୟ ଏବଂ ବିଳାସପୂର୍ଣ୍ଣ ଜିନିଷରେ ସୀମିତ।  ଏହା ବ୍ୟତୀତ ନିର୍ମାଣ କ୍ଷେତ୍ର, ବିଶେଷକରି ଗୃହ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ରିଲିଫ୍ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ଏହାର ଦର ୫% ରହିଛି। ସୁଲଭ ଗୃହ ଉପରେ ଜିଏସଟି ୧% କୁ ହ୍ରାସ କରାଯାଇଛି।