ଭୁବନେଶ୍ୱରରେ ବନ୍ଧୁକ ଡିଲରେ ମହିଳା ସାମିଲ

ଭୁବନେଶ୍ୱରରେ ବନ୍ଧୁକ ଡିଲରେ ମହିଳା ସାମିଲ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରସ୍ଥିତ କଳ୍ପନା ଛକା ନିକଟରେ ବନ୍ଧୁକ ଡିଲ୍‌ ଚାଲିଥିବା ବେଳେ ଶୁକ୍ରବାର ଏସଟିଏଫ୍ ପକ୍ଷରୁ ଚଢାଉ କରାଯାଇ ୩ଜଣଙ୍କୁ ଗିରଫ କରାଯାଇଛି। ୩ଜଣଙ୍କ ମଧ୍ୟରେ ୨ପୁରୁଷ ଓ ଜଣେ ମହିଳା ରହିଛନ୍ତି। ସେମାନଙ୍କୁ ଗିରଫ କରିଛି ଏସଟିଏଫ୍ ଓ ବଡଗଡ ପୋଲିସ । ୪୫ ହଜାର ଟଙ୍କାରେ ବନ୍ଧୁକ କିଣୁଥିଲେ ଅଭିଯୁକ୍ତ । ଏହାସହ ଚୋରା ବନ୍ଧୁକ ବିକୁଥିବା ବ୍ୟବସାୟୀ ଫେରାର ହୋଇଥିବା ସୂଚନା ମିଳିଛି । ଗିରଫ କରିବା ସମୟରେ ୯ ଏମଏମ ପିସ୍ତଲ, ୪ରାଉଣ୍ଡ ଗୁଳି ସହ ସ୍କର୍ପିଓ ମଧ୍ୟ ଜବତ ହୋଇଛି।