ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ

ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ

ନୂଆଦିଲ୍ଲୀ : ଦ୍ୱିତୀୟ ଥର ପାଇଁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବାଚନିକ ଭୋଟରେ ହରିବଂଶ ନାରାୟଣ ବିଜୟୀ ହୋଇଛନ୍ତି । ଜେଡିୟୁ ସାଂସଦ ହରିବଂଶ ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ । ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ବିଜେଡି ପକ୍ଷରୁ ସମର୍ଥନ ଜଣାଯାଇଥିଲା ।ହରିବଂଶଙ୍କୁ ସମର୍ଥନ ନେଇ ଆଜି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହରିବଂଶଙ୍କ ବିରୋଧରେ ୟୁପିଏରୁ ମନୋଜ ଝା ପ୍ରାର୍ଥୀ ଭାବେ ଛିଡାହୋଇଥିଲେ ।