ହାଥରସ ମାମଲା: କେନ୍ଦ୍ରରୁ ସବୁଜ ସଙ୍କେତ ମିଳିବା ପରେ ମାମଲା ରୁଜୁ କଲା ସିବିଆଇ

ହାଥରସ ମାମଲା: କେନ୍ଦ୍ରରୁ ସବୁଜ ସଙ୍କେତ ମିଳିବା ପରେ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ହାଥରସ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିବା ସହ ଏକ ମାମଲା ମଧ୍ୟ ରୁଜୁ କରିଛି । ଗତକାଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ପାଇଁ ସିବିଆଇକୁ ସବୁଜ ସଙ୍କେତ ମିଳିଥିଲା, ପରେ ଉତ୍ତର ପ୍ରଦେଶ ସରକାରଙ୍କ ସୁପାରିଶ କ୍ରମେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ।

ଜଣେ ୨୦ ବର୍ଷର ଦଳିତ ମହିଳାଙ୍କୁ ଗାଁର ଚାରିଜଣ “ଉଚ୍ଚ ଜାତିର” ପୁଅ ମିଶି ବଳାତ୍କାର ଓ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଦୁଇ ସପ୍ତାହ ପରେ ସେ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ। ତେବେ ଏହି ଘଟଣା ପରେ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଏହାପରେ ୨୦୧୨ ଦିଲ୍ଲୀରେ ହୋଇଥିବା ନିର୍ଭୟା କାଣ୍ଡ ସହ ଅନେକ ତୁଳନା କରିଥିଲେ। ଏହାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ହୋଇଥିଲା ଏବଂ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବା ପାଇଁ କଠୋର ଆଇନ ପାଇଁ ଆହ୍ଵାନ ଦେଇଥିଲା ।

ଏହି ଘଟଣା ପରେ ୟୁପି ସରକାର ଏବଂ ପୋଲିସ ସମାଲୋଚନାର ଶିକାର ହୋଇଥିଲେ । କାରଣ ଯେତେବେଳେ ଦିଲ୍ଲୀ ସଫଦରଜଙ୍ଗ ମେଡିକାଲରେ ପୀଡିତାଙ୍କ ମୃତ୍ୟୁ ଘଟିଥିଲା, ତାପରେ ପୋଲିସ ଅଧିକାରୀ ମାନେ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ନଜଣାଇ ରାତି ଅଧିଆ ତରବରିଆ ଭାବରେ ପୀଡ଼ିତାଙ୍କ ଶବ ସତ୍କାର କରିଥିଲେ। ଏହାକୁ ସବୁ ଆଡୁ ନିନ୍ଦା କରାଯାଇଥିଲା। ଏହାପରେ ୟୁପି ସରକାର ପୋଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

ଗତକାଲି ଗୃହ ମନ୍ତ୍ରଣାଳୟ ଦ୍ଵାରା ଜାରି ଆଇନ ଅନୁଯାୟୀ, ଯୌନ ନିର୍ଯାତନା ହେବାର ୨୪ ଘଣ୍ଟା ମଧ୍ୟରେ ଡାକ୍ତରୀ ପରୀକ୍ଷା ହେବା ଆବଶ୍ୟକ।
ଏହା ପରେ ପୋଲିସ କିଛି ଅଜଣା ଲୋକଙ୍କ ବିରୋଧରେ ୧୯ ଟି ଏଫ୍ଆଇଆର୍ ଦାଖଲ କରିଛନ୍ତି । ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ବିବାଦୀୟ ତଥ୍ଯ ଦେଉଥିବା ଅଭିଯୋଗ ରେ ଏହି ୧୯ ଟି ମାମଲା ରୁଜୁ ହୋଇଛି ।