ସ୍ୱାସ୍ଥ୍ୟ ବିଭାଗ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନତୀ ମାମଲା

ସ୍ୱାସ୍ଥ୍ୟ ବିଭାଗ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନତୀ ମାମଲା

ଭୁବନେଶ୍ୱର: ଓଡ଼ିଶା ଲୋକାଯୁକ୍ତଙ୍କ ନିକଟରେ ହାଜର ହେଲେ ବରିଷ୍ଠ ଆଇଏଏସ ତଥା ତତ୍କାଳୀନ କ୍ରୟ (PROCUREMENT) କମିଟି ଅଧ୍ୟକ୍ଷ ହେମନ୍ତ କୁମାର ଶର୍ମା । ଏଥିସହ ଔଷଧ ନିଗମ ଅଧକ୍ଷା ଜାମିନି ଷଡଙ୍ଗୀ ମଧ୍ୟ ହାଜର ହେଲେ ରାଜ୍ୟ ଲୋକାଯୁକ୍ତଙ୍କ ନିକଟରେ ହାଜର । ପିପିଇ କିଟ୍ ଓ ମାସ୍କ କିଣାରେ ବ୍ଯାପକ ଅନିୟମିତତା ନେଇ ରାଜ୍ୟ କଂଗ୍ରେସ ଓ ଓଡିଶା ବିକାଶ ପରିଷଦ ପକ୍ଷରୁ ଲୋକାଯୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଗତ ଅଗଷ୍ଟ ସାତ ତାରିଖରେ ହୋଇଥିବା ମାମାଲାର ଶୁଣାଣିରେ ହେମନ୍ତ ଶର୍ମା ଓ ଅନ୍ୟ ପକ୍ଷଭୁକ୍ତ ଉତ୍ତର ରଖି ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଲୋକାଯୁକ୍ତ । ସେପ୍ଟେମ୍ବର 14 ଭିତରେ ସମସ୍ତ ପକ୍ଷଭୁକ୍ତଙ୍କୁ ଉତ୍ତର ରଖିବାକୁ ନୋଟିସ କରିବା ସହ ସେତେବେଳେ ଶୁଣାଣି ଘୁଞ୍ଚାଇ ଦେଇଥିଲେ ଲୋକାଯୁକ୍ତ ।