ଅସମ୍ଭାଳ କରିବ ତାତି

କାଶରୁ ଅଗ୍ନି ବର୍ଷା। ଆଜି ଓ କାଲି ସର୍ବାଧିକ ଗ୍ରୀଷ୍ମ ପ୍ରବାହ ହେବ। ୧୩ ଦିନ ଧରି ଚାଲିଥିବା ଅହସ୍ଯ ତାପମାତ୍ରା ବୃଦ୍ଧି ଏହି ଦୁଇଦିନରେ ପିକ୍ ଛୁଇଁବ। ଏହାପରେ ବାୟୁ ଚଳାଚଳରେ ପରିବର୍ତ୍ତନ ଯୋଗୁ ଧୀରେ ଧୀରେ ତାପମାତ୍ରା କମିବ। କିନ୍ତୁ ପାରଦ ୪୦ ଡିଗ୍ରୀ ପାର କରିବ। ଏଣୁ ମେ ପହିଲା ଯାଏ ରାଜ୍ଯର କେତେକ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ଯପଟେ ୭୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ଯୋଗୁ ଗୁଳୁଗୁଳି ଅସମ୍ଭାଳ ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୮ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ତେବେ ଆବଶ୍ୟକ ନଥିଲେ ଦିନ ୧୧ ଟାରୁ ୩ଟା ପର୍ଯ୍ୟନ୍ତ ପିକ୍ ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗର୍ଭବତୀ ମହିଳା, ହୃଦ ରୋଗୀ, ଛୋଟପିଲା, ବୟସ୍କ ବିଶେଷ ଯତ୍ନବାନ ହେବାସହ ଜମିରେ ପାଣି ସିଞ୍ଚନ ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।