ଫେରିଲା ହିଟୱେଭ୍‌

ରାଜ୍ୟକୁ ପୁଣି ଫେରିଲା ହିଟୱେଭ୍‌ । ୨୦, ୨୧ ତାରିଖ ପାଇଁ ସତର୍କ ଜାରି କରିଛି ପାଣିପାଗ କେନ୍ଦ୍ର । ଆଜିଠୁ ୨୧ ତାରିଖ ଯାଏ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ । ୨୦ ତାରିଖ ପାଇଁ ୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଗାମୀ ୪ ଦିନ ଲାଗି ଦେଶର ୬ଟି ରାଜ୍ୟକୁ ଗ୍ରୀଷ୍ଣପ୍ରବାହ ଏବଂ ୩ଟି ରାଜ୍ୟରେ ଭାରି ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।