ହେମନ୍ତ ସୋରେନ ହେବେ ଝାଡଖଣ୍ଡ ମୁଖ୍ଯମନ୍ତ୍ରୀ

ହେମନ୍ତ ସୋରେନ ହେବେ ଝାଡଖଣ୍ଡ ମୁଖ୍ଯମନ୍ତ୍ରୀ। ଇସ୍ତଫା ଦେଲେ ମୁଖ୍ଯମନ୍ତ୍ରୀ ଚମ୍ପାଇ ସୋରେନ। ଦୁର୍ନୀତି ମାମଲାରେ ଜେଲ ଯାଇ ମୁକୁଳିଥିବା ହେମନ୍ତ ପୁଣି ଥରେ ସିଏମ ହେବେ। ହେମନ୍ତଙ୍କୁ ମୁଖ୍ଯମନ୍ତ୍ରୀ କରିବା ଲାଗି ଝାଡ଼ଖଣ୍ଡ ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି ହୋଇଥିଲା। ୨୦୦୦ ମସିହାରେ ଝାଡଖଣ୍ଡ ଗଠିତ ହେବା ପରେ ହେମନ୍ତ ହେବେ ତ୍ରୟୋଦଶ ମୁଖ୍ଯମନ୍ତ୍ରୀ। ସେପଟେ ଚମ୍ପାଇଙ୍କୁ ୟୁପିଏ ସମନ୍ବୟ କମିଟିର ଅଧ୍ଯକ୍ଷ ଓ ଜେଏମଏମ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଛି।