ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ। ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେବେ । ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ। ରାଜ୍ୟପାଳ ସନ୍ତୋଷ କୁଂମାର ଗଂଗୱାର ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ହେମନ୍ତ୍ ସୋରେନ ଶପଥଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ଏନସିପି ଏସପି ଅଧ୍ୟକ୍ଷ ଶରଦ ପାୱାର, ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମେଘାଳୟ ମୁଖ୍ୟମନ୍ତ୍ରୀ କୋରାଡ କୋଂଗକଲ ସାଂଗମା, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ, ଆମ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ, ଶିବସେନା ୟୁବିଟି ନେତା ଉଦ୍ଧବ ଥାକରେ, ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ, ଜାମୁ କାଶ୍ମୀର ପିଡିପି ନେତା ମେହବୁବୁ ମୁଫତି, ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଉଦୟ ଷ୍ଟାଲିନ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ଆରଜେଡି ନେତା ତେଜସ୍ଵୀ ଯାଦବ, ଆମ ଆଦମୀ ପାର୍ଟି ନେତା ମନୀଶ ସିସୋଦିଆ, ଆପ ସାଂସଦ ସଂଜୟ ସିଂହ ଏବଂ ଲୋକସବା ସାଂସଦ ପପ୍ପୁ ଯାଦବ ଯୋଗ ଦେବା ସମ୍ଭାବନା ରହିଛି। ଅନେକ ଭିଭିଆଇପି ଆସୁଥିବାରୁ ରାଂଚିରେ ଆଜି ସ୍କୁଲ ବନ୍ଦ ରହିବ। ଟ୍ରାଫିକ ସମସ୍ଯା ସୃଷ୍ଟି ହେବା ସମ୍ଭାବନାରୁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।