ଜାମ୍ମୁ-କାଶ୍ମୀରରେ ଆସନ୍ତା ୪୮ ଘଣ୍ଟା ପାଇଁ ହାଇଆଲର୍ଟ ଜାରୀ: ବନ୍ଦ ରହିବ ଇଣ୍ଟର୍‌ନେଟ୍ ସେବା

ଜାମ୍ମୁ-କାଶ୍ମୀରରେ ଆସନ୍ତା ୪୮ ଘଣ୍ଟା ପାଇଁ ହାଇଆଲର୍ଟ ଜାରୀ: ବନ୍ଦ ରହିବ ଇଣ୍ଟର୍‌ନେଟ୍ ସେବା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକାଇଥିବା ସର୍ବଦଳୀୟ ବୈଠକ ପାଇଁ ଜାମ୍ମୁ-କାଶ୍ମୀରରେ ଆସନ୍ତା ୪୮ ଘଣ୍ଟା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ଏଲ୍ଓସିରେ ମଧ୍ୟ ସମାନ ସମୟ ଅବଧି ପାଇଁ ଆଲର୍ଟ ଜାରି କରାଯାଇଛି। ଶୁକ୍ରବାର ଇଣ୍ଟର୍ନେଟ ସର୍ଭିସ୍ ମଧ୍ୟ ବନ୍ଦ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକରେ କେବଳ ଜାମ୍ମୁ-କାଶ୍ମୀରର ନେତାମାନେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ-କାଶ୍ମୀର ସମସ୍ତ ନେତାଙ୍କୁ ନେଇ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଧାରା ୩୭୦ ହଟିବାର ଦୁଇ ବର୍ଷ ପରେ ଏପରି ବୈଠକ ଡକାଯାଇଛି। ମୋଦିଙ୍କ ଏହି ବୈଠକରେ ପିପୁଲ୍ସ ଆଲିଆନ୍ସ ଫର୍ ଗୁପକାର ଡିକ୍ଲାରେସନ(ପିଏଜିଡି) ସହିତ କଂଗ୍ରେସ ଓ ଜାମ୍ମୁ-କାଶ୍ମୀର ଆଞ୍ଚଳିକ ଦଳଗୁଡ଼ିକ ଯୋଗ ଦେବେ। ଆସନ୍ତାବର୍ଷ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଜାମ୍ମୁ-କାଶ୍ମୀରେ ମଧ୍ୟ ନିର୍ବାଚନ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୌଠକ ଡାକିଥାଇପାରନ୍ତି ବୋଲି କୁହାଯାଉଛି।