ବିଧାନସଭା ଆଗରେ ପୁଅ ଲଗାଇଲା ମା ବେକରେ ଛୁରି

ବିଧାନସଭା ଆଗରେ ପୁଅ ଲଗାଇଲା ମା ବେକରେ ଛୁରି

ଭୁବନେଶ୍ୱର: ଆଜି ବିଧାନସଭାର ସୁରକ୍ଷା ବଳୟ ବାହାରେ ଜଣେ ମାନସିକ ରୋଗାକ୍ରାନ୍ତ ଯୁବକ ତାଙ୍କ ମାଙ୍କୁ କବଳିତ କରି ରଖିଥିଲେ I ପୋଲିସ କର୍ମଚାରୀମାନେ ଉପସ୍ଥିତ ବୁଦ୍ଧି, ଧର୍ଯ୍ୟ ଓ ବୃତ୍ତିଗତ ଦକ୍ଷତାର ସହ ମହିଳାଙ୍କୁ ତାଙ୍କ ପୁଅ କବଳରୁ ନିରାପଦ ଭାବେ ଉଦ୍ଧାର କରିଥିଲେ I ଅଦମ୍ୟ ଧର୍ଯ୍ୟ ଓ ବୃତ୍ତିଗତ ଦକ୍ଷତା ଦେଖାଇଥିବା ଏହି ପୋଲିସ କର୍ମଚାରୀ ମାନଙ୍କୁ ଉତ୍ସାହିତ କରାଯିବ I ଯୁବକଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ମାନସିକ ରୋଗ ବିଭାଗକୁ ପଠା ଯାଉଛି I ସ୍ପଷ୍ଟ କରାଯାଉଛି ଯେ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଦୃଷ୍ଟି ଗୋଚର ହୋଇ ନାହିଁ I