ଏମ୍ସରେ ପୁଣି ଭର୍ତ୍ତି ହେଲେ ଅମିତ ଶାହା

ଏମ୍ସରେ ପୁଣି ଭର୍ତ୍ତି ହେଲେ ଅମିତ ଶାହା

ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଶନିବାର ବିଳମ୍ବିତ ରାତିରେ ଗୃହମନ୍ତ୍ରୀ ନିଶ୍ୱାସ ଓ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତ ଅଗଷ୍ଟ ୨ ତାରିଖରେ ଶାହା କୋରୋନାରେ ସଂକ୍ରମିତ ହୋଇଥିବା ଜଣାଇଥିଲେ । ଏହା ପରେ ସେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ଏବଂ ଅଗଷ୍ଟ ୧୪ରେ ରିପୋର୍ଟ ନେଗେଟିଭ ଆସିଥିଲା । ହେଲେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଚିକିତ୍ସା ପାଇଁ ଅଗଷ୍ଟ ୧୮ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଅଗଷ୍ଟ ୩୧ରେ ଏମ୍ସରୁ ଡିସଚାର୍ଜ ହୋଇଥିଲେ ।