ଜଙ୍ଗଲ ବିଭାଗ ଦ୍ଵାରା ବିପୁଳ ପରିମାଣର ବିରଳ ରକ୍ତ ଚନ୍ଦନ କାଠ ଜବତ

ଜଙ୍ଗଲ ବିଭାଗ ଦ୍ଵାରା ବିପୁଳ ପରିମାଣର ବିରଳ ରକ୍ତ ଚନ୍ଦନ କାଠ ଜବତ

ଗଜପତି : ଜଙ୍ଗଲ ବିଭାଗ ଦ୍ଵାରା ବିପୁଳ ପରିମାଣର ବିରଳ ରକ୍ତ ଚନ୍ଦନ କାଠ ଜବତ , ଜଙ୍ଗଲ ବିଭାଗ ଓ ପୋଲିସର ମିଳିତ ଚଢାଉ ପରେ ଜବତ ହୋଇଛି 6 କୁଇଣ୍ଟାଲରୁ ଅଧିକ ରକ୍ତ ଚନ୍ଦନ କାଠ ଜବତ, ଜାହାର ଆନୁମାନିକ ମୁଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ସୁଚନା। ଗାରାବନ୍ଧ ଥାନା ଅନ୍ତର୍ଗତ ଭିମପୁର ନିକଟ ଏକ ପରିତ୍ୟକ୍ତ ଘରୁ ଜବତ ହୋଇଥିବା ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା । କିନ୍ତୁ ଏ ଘଟଣାରେ କୌଣଶି ଅଭିଯୁକ୍ତ ଗିରଫ ହୋଇନାହାନ୍ତି । ବର୍ଷ ବର୍ଷ ଧରି ଜଙ୍ଗଲି ତଷ୍କର ମାନେ ସଂରକ୍ଷିତ ଜଙ୍ଗଲରୁ ବିରଳ ରକ୍ତ ଚନ୍ଦନ କାଠକୁ ରାଜ୍ୟ ତଥା ଦେଶ ବାହାରକୁ ଚାଲାଣ କରୁଛନ୍ତି ଯାହାର ଖବର ପାଇ ଚଢାଉ ପରେ ଜବତ ହୋଇଛି 18ଖଣ୍ଡ ରକ୍ତ ଚନ୍ଦନ କାଠ , ଯାହାର ବିଦେଶରେ ଚାହିଦା ଅଧିକ ରହିଛି। ବଜାରର ଚାହିଦା ଯାହାର ଅନୁମାନିକ ମୁଲ୍ୟ 15 ଲକ୍ଷରୁ ଅଧିକ ହେବ ।