ବାରହା ମାଂସ ସହ ଜଣେ ଶିକାରୀ ଗିରଫ

ବାରହା ମାଂସ ସହ ଜଣେ ଶିକାରୀ ଗିରଫ

ଖୋର୍ଦ୍ଧା : ଗିରଫ ଶିକାରୀ ଜଣକ ହେଲେ ବେଗୁନିଆ ବ୍ଲକ ପର୍ଶୁରାମପୁର ଗ୍ରାମର କେଳୁଚରଣ ମହାରଣା । ଖୋର୍ଦ୍ଧା ବନାଞ୍ଚଳ ଅଧିନ ଡିଙ୍ଗର ଗ୍ରାମରେ ଆଜି ସକାଳୁ ବନ ବିଭାଗ ଚଡାଉ କରିଥିଲେ । ତେବେ ଘଟଣା ସ୍ଥଳରୁ ଜଣେ ଫେରାର ହୋଇଯାଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି ବନବିଭାଗ । ବନବିଭାଗ ଘଟଣା ସ୍ଥଳରୁ କଟାମାଂସ, ବାରହା ଚମଡା, କଟୁରି ଓ ଛୁରୀ ଜବତ କରିଛି । ଆଜି ଅଭିଯୁକ୍ତ କେଳୁଚରଣକୁ କୋର୍ଟ ଚାଲାଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଅଶିତ ମିଶ୍ର କହିଛନ୍ତି ।