ସ୍ତ୍ରୀଙ୍କୁ ଟ୍ରଲିରେ ବୋହି ବୋହି ଆଣିଲେ ସ୍ବାମୀ, ବଡ଼ ଡାକ୍ତରଖାନାରେ ଆଖି ବୁଜିଲେ ପତ୍ନୀ

ସ୍ତ୍ରୀଙ୍କୁ ଟ୍ରଲିରେ ବୋହି ବୋହି ଆଣିଲେ ସ୍ବାମୀ, ବଡ଼ ଡାକ୍ତରଖାନାରେ ଆଖି ବୁଜିଲେ ପତ୍ନୀ

କଟକ: ଆମ୍ବୁଲାନସ ସେବା ନ ପାଇ ଟ୍ରଲି ରେ ନିଜ ଗୁରୁତର ସ୍ତ୍ରୀଙ୍କୁ ନବେ କିଲୋମିଟର ବୋହି ନେଇ କଟକ ବଡ଼ ଡାକ୍ତର ଖାନାରେ ପହଞ୍ଚେଇବା ଓ ସେଠାରେ ତାଙ୍କର ମୃତ୍ୟ ମାମଲା ରାଜ୍ୟ ମାନବିକ ଅଧିକାର କମିଶନ ନ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ସୁକେଶୀ ମହାରଣା, ବିଜୟ କୁମାର ପଣ୍ଡା, ଗଲେଖ ପ୍ରସାଦ ନାୟକ, ବିଶ୍ବପ୍ରୀୟ କାନୁନଗୋ ପ୍ରମୁଖ ଛ ଜଣ ଆଡ଼ଭୋକେଟ ଓ ମାନବିକ ଅଧିକାର କର୍ମୀ କମିଶନ ଏହି ଘଟଣା ର ଗମ୍ଭୀରତା ଦୃଷ୍ଟିରୁ ନିଜ ତଦନ୍ତ କାରି ସଂସ୍ଥା ଜରିଆରେ ତଦନ୍ତ କରିବା, ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ଏହିଭଳି ଅମାନୁଷିକ ଘଟଣା ନ ଘଟିବା ପାଇଁ ଆମ୍ବୁଲାନସ ସେବାକୁ କିଭଳି ସୁବ୍ୟବସ୍ଥିତ କରାଯାଇପାରିବ ସେ ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ନିରପେକ୍ଷ କମିଟି ଗଠନ କରିବାକୁ କମିସନକୁ ନିବେଦନ କରିଛନ୍ତି ।